ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ସହ ରିପବ୍ଲିକ ଜିମ୍ବାୱେ ସରକାରଙ୍କର ଏମ୍ଓୟୁ

 ଜଟଣୀ : ବଞ୍ଚିତ ବର୍ଗର ଜିମ୍ବାୱେ ପ୍ରଜାଙ୍କୁ ଦକ୍ଷତା ଅଭିକ୍ଷମତା ଏବଂ ବୃତ୍ତିଗତ ଶିକ୍ଷାରେ ଉନ୍ନତ ଶିକ୍ଷା ଏବଂ ସାମର୍ଥ୍ୟ ପ୍ରଦାନ କରିବାକୁ ଲକ୍ଷ୍ୟ କରି ଏକ ମହତ୍ତ୍ୱପୂର୍ଣ୍ଣ ସହଯୋଗରେ, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଏବଂ ରିପବ୍ଲିକ ଓଫ ଜିମ୍ବାୱେ ସରକାରଙ୍କର ପବ୍ଲିକ୍ ଓ ନାସନାଲ୍ ସ୍କିଲ୍ ଡିଭେଲପମେଣ୍ଟ ବିଭାଗ ମଧ୍ୟରେ ଏକ ସ୍ମୃତିପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି ।
ଏହି ଚୁକ୍ତି ଅନୁସାରେ ଜିମ୍ବାୱେର ବଞ୍ଚିତ ଅବସ୍ଥାରୁ ଆସିଥିବା ଛାତ୍ରଛାତ୍ରୀ ଓ ପେଶାଦାରମାନେ, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣର ଅବସର ଲାଭ କରିପାରିବେ । ଏହି ସ୍ମୃତିପତ୍ର ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ସ୍ୱାକ୍ଷର ହୋଇଥିଲା, ଯାହାକୁ ଜିମ୍ବାୱେ ରାଷ୍ଟ୍ରପତିଙ୍କ ଉପମୁଖ୍ୟ ସଚିବ ଓ କେବିନେଟ ଜେଡ୍ ଆର ଚୁରୁ, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍ ଚାନ୍ସେଲର ଡ. ଅଜୟ ନାୟକ, ଡ. ଓଡଜାନାଇ କାଚେରେ ଏବଂ ସେଞ୍ଚୁରିଅନ୍ ୟୁନିଭର୍ସିଟି ଆନ୍ତର୍ଜାତୀୟ ସମ୍ପର୍କ ଏବଂ ସରକାରୀ ସହଯୋଗର ନିଦେ୍ର୍ଦଶିକା ମିସ୍ ମୋନାଲିଶା ଘୋଷଙ୍କ ଦ୍ୱାରା ସଂଗଠିତ କରାଯାଇଥିଲା । ଏହି କୌଶଳମୟ ସହଯୋଗ ଜିମ୍ବାବୁଏର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଯେଉଁଥିରେ ଇଞ୍ଜିନିୟରିଂ, ମେରିନ୍ ସାଇନ୍ସ, କୃଷି, କମ୍ପୁ୍ୟଟିଂ, ଟେକ୍ସଟାଇଲ୍ ଟେକ୍ନୋଲୋଜି, ମ୍ୟାନେଜମେଣ୍ଟ, ପଶୁ ଚିକିସôା ବିଜ୍ଞାନ, ମାଛ ଚାଷ ଏବଂ ସାଧାରଣ ବିଜ୍ଞାନ ଭଳି ବିଭିନ୍ନ ବିଷୟରେ ସୂଚନାତ୍ମକ ଜ୍ଞାନ ଏବଂ ବ୍ୟବହାରିକ ପାରଦର୍ଶିର୍ତା ଦିଆଯାଇବ । ବିଶ୍ୱବିଦ୍ୟାଳୟର ପ୍ରଭାବଶୀଳ ସହଯୋଗ ଦୃଷ୍ଟିକୋଣକୁ ପ୍ରତିଫଳିତ କରି, ଡ. ଅଜୟ ନାୟକ କହିଲେ, ‘କୌଶଳ ଶିକ୍ଷା କାର୍ଯ୍ୟକ୍ରମ ଏକ ସକାରାତ୍ମକ ପଦକ୍ଷେପ, ଯାହା ଜିମ୍ବାବେର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏକ ବଡ଼ ପ୍ରତିଭା ପୁଞ୍ଜକୁ ଉପକୃତ କରିବ । ଏହି ସହଯୋଗରେ ଜିମ୍ବାବେର ସମାଜର ଆର୍ଥ-ସାମାଜିକ ଉନ୍ନତି ଓ ନୂତନ ସୁଯୋଗ ପ୍ରଦାନ କରିପାରିବ ।