ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି

 ଧର୍ମଶାଳା : ସମ୍ଭାବ୍ୟ  ବାତ୍ୟା "ଦାନା’ମୁକାବିଲା ପାଇଁ ଧର୍ମଶାଳା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଯାଇଛି । ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ହିମାଂଶୁ ଶେଖର ସାହୁ, ତହସିଲଦାର ଶୁଭଙ୍କର ମହାନ୍ତି, ଧର୍ମଶାଳା ଥାନା ଅଧିକାରୀ ତପନ କୁମାର ନାୟକ, ଜେନାପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ । ବାତ୍ୟାର ମୁକାବିଲା ପାଇଁ ଏହି ବ୍ଲକ କଣ୍ଟିଗଡିଆ, ଫାଜିଲପୁର, ଅଣ୍ଟିଆ, ହ୍ରହମପୁରସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ସେହିପରି ଅନେକ ସ୍କୁଲ ଗୃହରେ ଲୋକମାନଙ୍କ ଆଶ୍ରୟ ପାଇଁ ପ୍ରସ୍ତୁତ ରଖାଯାଇଛି । ବାତ୍ୟା ଅଶ୍ରୟସ୍ଥଳି ଗୁଡିକରେ ୨୩ ତାରିଖରେ ତଳିଆ ଅଂଚଳର ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ୨୪ ତାରିଖରୁ ବାତ୍ୟା ଆଶ୍ରୟସ୍ଥଳିରେ ରହିଥିବା ଲୋକମାନଙ୍କୁ ରନ୍ଧାଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଡାକ୍ତରଖାନାରେ ଅସନ୍ନ ପ୍ରସୂତି ମହିଳାମାନଙ୍କୁ ଆଣି ରଖିବା ସହ ସାପ କାମୁଡା ଇଂଜେକ୍ସନ ଓ ହାଲୋଜିନ ବଟିକା ବହୁ ପରିମାଣରେ ଗଛିତ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ସୁଖିଲା ଖାଦ୍ୟ ମହଜୁଦ କରି ରଖିବା ଲାଗି ଯୋଗାଣ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଛି । ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବା ଲାଗି ନିଦେ୍ର୍ଦଶ ଦିଆଯାଇଛି । ଏହି ସମୟରେ ସମସ୍ତ ସରକାରୀ ଅଫିସର ଓ କର୍ମଚାରୀମାନଙ୍କର ଛୁଟିକୁ ଜିଲ୍ଲାପାଳ ବାତିଲ କରିଛନ୍ତି ।ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭିତ ନହେବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ତଳିଆ ଅଂଚଳରେ କଚା ଘରେ ରହୁଥିବା ଲୋକମାନଙ୍କୁ ସରକାରୀ ଅଶ୍ରୟସ୍ଥଳିକୁ  ପଳାଇ ଆସିବା ଲାଗି ବ୍ଲକ ପ୍ରଶାସନ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି ।