ମୃତ ଦର୍ଶାଇ ଅସହାୟ ମହିଳାଙ୍କ କଟାଗଲା ଅନ୍ତ୍ୟୋଦୟ କାର୍ଡ 


ାା ପ୍ରଭାନୁ୍ୟଜ ।ା ହିନେ୍ଦାଳ: ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ଅନ୍ତ୍ୟୋଦୟ କାର୍ଡ ମାଧ୍ୟମରେ ୩୫କେଜି ଚାଉଳ ପ୍ରଦାନ କରୁଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଦୀର୍ଘ ୧୮ମାସ ହେବ ଜଣେ ଅସହାୟ ବିଧବା ମହିଳା ଉକ୍ତ ଯୋଜନାରୁ ବଞ୍ଚôତ ହୋଇ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି । ମହିଳା ଜଣଙ୍କୁ ମୃତ ଦର୍ଶାଇ ତାଙ୍କ ଅନ୍ତୋଦୟ କାର୍ଡ କଟାଯାଇଥିବା ଜଣାପଡିଛି ।
ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକ କୁଟୁଣିଆ ପଞ୍ଚାୟତ ଗୁଆଗରିଆ ଗ୍ରାମର ସାବିତ୍ରୀ ପଧାନ ଜଣେ ଅସହାୟ ବିଧବା ମହିଳା । ପରିବାର କହିଲେ କେହି ନାହାନ୍ତି । ଏଠି ସେଠି ମୂଲମଜୁରୀ କରି ପେଟକୁ ଦାନା ଯୋଗାଡ଼ କରନ୍ତି । ଅନ୍ତ୍ୟୋଦୟ କାର୍ଡ ପାଇବା ଦିନ ଠାରୁ ସେ ୩୫ କିଲୋ ଚାଉଳ ପାଉଥିଲେ । ମାତ୍ର ୨୦୨୩ ମସିହା ମାର୍ଚ୍ଚ ମାସ ପରେ ଆଉ ସେ ଚାଉଳ ପାଉନାହାନ୍ତି । ଏ ନେଇ ଡିଲର ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ହିନେ୍ଦାଳ ଯୋଗାଣ ବିଭାଗ ଅଧିକାରୀଙ୍କ ପାଖରେ ପହଞ୍ଚôଥିଲେ । ଏବଂ ସେଠାରେ ଜାଣିବାକୁ ପାଇଥିଲେ ସାବିତ୍ରୀ ପଧାନ ମୃତ ହୋଇଥିବା ସୂଚନା ଥିବାରୁ ତାଙ୍କର  ଅନ୍ତ୍ୟୋଦୟ କାର୍ଡଟି କଟିଯାଇଛି । ତେବେ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ଦେଢ଼ ବର୍ଷ ହେବ ସେ ଚାଉଳ ପାଇପାରୁନାହାନ୍ତି । ଯୋଗାଣ ବିଭାଗ ଅଧିକାରୀ କିପରି ଜଣେ ଜୀବିତ ମହିଳାକୁ ମୃତ ଦର୍ଶାଇ ଅନ୍ତ୍ୟୋଦୟ କାର୍ଡ କାଟିଲେ ଏବଂ ଜୀବିତ ଥିବା ଜାଣିବା ପରେ ବି ଆଜି ପର୍ଯ୍ୟନ୍ତ କାହିଁକି କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କିଏ ଆଉ କାହିଁକି ଜୀବିତକୁ ମୃତ ଦର୍ଶାଇଛି ତାହାକୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିରାଶ୍ରୟ ସାବିତ୍ରୀକୁ ଅନ୍ତୋଦୟ ଯୋଜନାରେ ୩୫କିଲୋ ଚାଉଳ ପ୍ରଦାନ ପାଇଁ ସାଧାରଣରେ ଦାବି ଜୋର ଧରିଛି ।