ବାଂଲାଦେଶୀ ଓ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଦାବି
ାା ପ୍ରଭାନୁ୍ୟଜ୍ ।ା ଜଟଣୀ: ସଂପ୍ରତି ବାଂଲାଦେଶରେ କିଛିଦିନ ତଳେ ସୃଷ୍ଟି ହିଂସାତ୍ମକ ପରିସ୍ଥିତି ଘଟି ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ବିଭିନ୍ନ ସ୍ତରରେ ହଲଚଲ ଓ ତତ୍ପରତା ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ଉକ୍ତ ଘଟଣାକୁ ଜନସାଧାରଣ ପାଶୋରିବାକୁ ବସିଥିବା ଅନୁଭୂତ ହେଉଛି । ଏହି ଆଧାରରେ ଦେଖିବାକୁ ଗଲେ ଖୋର୍ଦ୍ଧାଜିଲ୍ଲାର ଖୋର୍ଦ୍ଧା ସହରାଞ୍ଚଳ ଓ ବିଶେଷ କରି ଜଟଣୀ ପୌରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଗୁଡିକରେ ବାଂଲାଦେଶୀମାନେ କାୟାବିସ୍ତାର କରିସାରିଛନ୍ତି । ଯେମିତିକି ଜଟଣୀ ପୌରାଞ୍ଚଳର କୁଦିଆରି ବଜାର ଅନ୍ତର୍ଗତ ମାଲଗୋଦାମ ଛକ ଏରିଆ, ମହତାବ ନଗର, ବାଛରା ପାଟଣା, ମୁଣ୍ଡିଆ ସାହି, ମଧୁସୂଦନ ନଗର, ଗ୍ରାମାଞ୍ଚଳର ବେଣାପଞ୍ଜୁରୀ, ତରାବୋଇ, ରଥିପୁର ଭଳି ଅନେକ ଯାଗାରେ ଏମାନେ ନିଜର କାୟା ବିସ୍ତାର କରି ଚାଲିଛନ୍ତି, ଆଉ ପଇସା ଲୋଭରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ସେମାନଙ୍କୁ ଏହି ଅଞ୍ଚଳରେ ବେଆଇନ ଭାବେ ରହିବାର ସୁଯୋଗ ମଧ୍ୟ ଦେଉଛନ୍ତି ତାହାସହିତ କିଛି ଭ୍ରଷ୍ଟ ବ୍ୟକ୍ତି କୁସôିତ ରାଜନୈତିକ ଅଭିସନ୍ଧି ହାସଲ ପାଇଁ ଏମାନଙ୍କୁ ଏଠାର ନାଗରିକତା ହାସିଲ କରିବାରେ ସହଯୋଗ ମଧ୍ୟ କରିଛନ୍ତି । ସେମାନଙ୍କୁ ସହର ତଥା ଆଖପାଖ ଅଞ୍ଚଳରେ ଆଣି ଥଇଥାନ କରାଇବାରେ ପ୍ରମୁଖ କାର୍ପଟଦାର କିଛି ରେଳବାଇ ଠିକାସଂସ୍ଥା ସାଜିଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି କ୍ଷ ଏହି ପରିସ୍ଥିତିରେ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ପୌରପାଳିକାର ଦାୟିତ୍ୱ ମଧ୍ୟ ରହିବା କଥା ପ୍ରତ୍ୟେକ ସାହି ତଥା ୱାର୍ଡରେ କେତେଜଣ ବାଂଲାଦେଶୀ ଓ ରୋହିଜ୍ଞା ମୁସଲମାନ ରହୁଛନ୍ତି ତାହାର ଏକ ସ୍ୱଚ୍ଛ ତାଲିକା ପ୍ରସ୍ତୁତ କରାଯାଉ । ଏହି କ୍ରମରେ ସୁପରଭାଇଜର ଓ ମହିଳା ଗୋଷ୍ଠୀ ସଦସ୍ୟାଙ୍କୁ ଏହି କାମରେ ଲଗାଯାଉ । ଏବଂ କୁ୍ୟଆର କୋଡ଼ ସ୍କାନର ଜରିଆରେ ସେମାନଙ୍କ ଆଧାର କାର୍ଡକୁ ଭଲଭାବରେ ଯାଞ୍ଚ କରାଯାଉ । ସମ୍ପୃକ୍ତ ୱାର୍ଡର କାଉନସିଲର ସେହି ତାଲିକାକୁ ପୁନଶ୍ଚ ଯାଞ୍ଚ କରି ତାକୁ ସାର୍ଟିଫାଏଡ୍ କରନ୍ତୁ ।ତାଲିକା ପ୍ରସ୍ତୁତ ବେଳେ ଉକ୍ତ ଅନୁପ୍ରବେଶକାରୀଙ୍କ ପରିଚୟପତ୍ର ମାଗନ୍ତୁ, ତାହାକୁ ଜନସେବା କେନ୍ଦ୍ର ମାଧ୍ୟମରେ ଯାଞ୍ଚ କରାଯାଉ ବୋଲି ସାଧାରଣରେ ଦାବି ହେଉଛି ଓ ଦେଖାଯାଇଛି ପ୍ରାୟତଃ ଅନେକ ବ୍ୟକ୍ତି ନିଜକୁ ପଶ୍ଚିମ ବଙ୍ଗ ବାସିନ୍ଦା ବୋଲି କହି ମିଛ ଆଧାର କାର୍ଡ ପ୍ରିଣ୍ଟ କରି ତାକୁ ସମସ୍ତଙ୍କୁ ଦେଖାଇଥାନ୍ତି । ଆହୁରି ରୋଚକ ବିଷୟ ଏମାନେ ସୀତାରାମ ଛକ ଓ ମିଶନ ସ୍କୁଲ ଅଞ୍ଚଳରେ ଥିବା କିଛି ଶସ୍ତା ଲଜରେ ରହି କେଉଁ ବ୍ୟବସାୟରେ ଲିପ୍ତ,କୁଆଡେ ଯାଉଛନ୍ତି, କୋଉଠୁ ଆସୁଛନ୍ତି, ସେମାନଙ୍କ ନିକଟକୁ କିଏ କିଏ ଆସୁଛନ୍ତି ତାହାର ଖବର ପ୍ରଶାସନିକ ସ୍ତରରେ ରହୁନାହିଁ ଯାହାକି ଉଦବେଗଜନକ ବିଷୟ କ୍ଷ ଏପରି ଦେଖିବାକୁ ମିଳିଛି ବଙ୍ଗଳାଦେଶୀ ଭଳି ବଞ୍ଜାରା ସମ୍ପ୍ରଦାୟର ଲୋକମାନେ ପାର୍ବଣ ଓ ଉସôବ ସମୟରେ ଶହଶହ ସଂଖ୍ୟାରେ ଆସି ସହର ମଧ୍ୟରେ ଡେରା ପକାଇବା ସହିତ ବହୁ ଛୋଟ ମୋଟ ଧାରଣର ଲୁଟ ପାଟ କରୁଥିବା ସାଧାରଣରେ ଅଭିଯୋଗ ହେଉଛି କ୍ଷ ଅତଏବ ଖୋର୍ଦ୍ଧା ଜିଲ୍ଲାପାଳ, ପୁଲିସ ଏବଂ ପୌର ପ୍ରଶାସନ ଆନ୍ତରିକତା ସହିତ କର୍ମଚାରୀ ମାନଙ୍କୁ ଗ୍ରାମାଞ୍ଚଳ ଏବଂ ପୌରାଞ୍ଚଳରେ ପ୍ରେରିତ କରାଯାଇ ଚିହ୍ନଟ ପ୍ରକ୍ରିୟା ବାବଦରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।