ସରକାରୀ ଜାଗାକୁ ନେଇ  ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗୋଳ 


 ଚାନ୍ଦବାଲି: ସରକାରୀ ଜଗା ଜବରଦଖଲ ପାଇଁ ଅଭିଯୋଗ କରିଥିବାକୁ ନେଇ ଗ୍ରାମରେ ଦୁଇ ଗୋଷ୍ଠୀ ଭିତରେ ଗୋଷ୍ଠୀ ସଂଘର୍ଷ  । ଜିଲ୍ଲା ମହିଳା ସମ୍ପାଦିକା ମାଳତୀ ଲତା ସାହୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ । ଉଭୟ ପକ୍ଷରୁ ୫ ଜଣ ଗୁରୁତର ଆହତ ମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  । ଏଭଳି ଏକ ଅଭାବ ନିୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅଧିନ ଗୋପୀନାଥ ପୁର ପଞ୍ଚାୟତ ବାଲିପଦା ଗ୍ରାମରେ । ସୂଚନା ଅନୁଯାୟୀ ପ୍ରଶାନ୍ତ ରାଉତ ନାମକ ଯୁବକ ଗ୍ରାମବାସୀଙ୍କ ସହମତି କ୍ରମେ ନିଜ ଗ୍ରାମରେ ଥିବା ସରକାରୀ ଜାଗାକୁ ବେଆଇନ ଭାବେ  ଜବର ଦଖଲ କରିଥିବା ବ୍ୟକ୍ତି ମାନଙ୍କ ନାମରେ ଚାନ୍ଦବାଲି ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଜବର ଦଖଲ ପାଇଁ ଜବର ଦଖଲ କାରୀଙ୍କୁ ନୋଟିସ ମଧ୍ୟ୍ୟ ହୋଇଛି । ଏହି ଘଟଣା କୁ ନେଇ ଗ୍ରାମରେ ହିଂସା ଦେଖିବାକୁ ମିଳିଥିଲା । ଗତ କାଲି ରାତି ୮ ଘଟିକା ସମୟରେ ଭଦ୍ରକ ଜିଲ୍ଲା ସମ୍ପାଦିକା ମାଳତି ଲତା ସାହୁ ଏବଂ ପ୍ରକାଶ ବାରିକ ଘଣ୍ଟେଶ୍ୱର ବଜାରକୁ ଆସୁଥିବା ବାଟରେ ଜବର ଦଖଲ ପାଇଁ ଅଭିଯୋଗ କରିଥିବା ପ୍ରଶାନ୍ତ ରାଉତଙ୍କ ଭିତରେ କଥା କଟା କଟି ହେବା ସହିତ ଘଟଣା ଉଗ୍ର ରୂପ ନେଇଥିଲା  ଫଳରେ ଭଦ୍ରକ ଜିଲ୍ଲା ସମ୍ପାଦିକା ମାଳତୀ ଲତା ସାହୁଙ୍କ ଉପରେ କେହି ଦୃବୁତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହିତ ସାଥିରେ ଥିବା ପ୍ରକାଶ ବାରିକ ମଧ୍ୟ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଅନ୍ୟପଟେ ସରକାରୀ ଜାଗା ଜବର ଦଖଲ ପାଇଁ ଅଭିଯୋଗ କରିଥିବା ପ୍ରଶାନ୍ତ ରାଉତ ଏବଂ ତାଙ୍କ ମା ଆକ୍ରମଣର ଶିକାର ହୋଇ ଉଭୟ ପକ୍ଷରୁ ୫ଜଣ କଟକ ବଡ ମେଡିକାଲରେ ଚିକିସôା ଧିନ ଅବସ୍ଥାରେ ଅଛନ୍ତି । ଏନେଇ ବାଂଶଡା ଥାନା ଅଧିକାରୀ ମହମଦ ହାପିଜ ଘଟଣା ସ୍ଥଳରେ ପହିଁଞ୍ଚି  ଘଟଣା ର ତଦନ୍ତ କରିବା ସହିତ ଗାଁରେ ଆଇନ ଶୃଙ୍ଖଳା ବଜାଇ ରଖିବା ପାଇଁ ପୁଲିସ ମୃତୟନ କରାଯଇଛି ।