୧୦୮ ଆମ୍ବୁଲାନ୍ସରେ ନାହିଁ ଅକ୍ସିଜେନ୍ ବ୍ୟବସ୍ଥା, ରୋଗୀ ହନ୍ତସନ୍ତ 

 ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିରେ ଦୁଇଟି ଓ ନନ୍ଦାହାଣ୍ଡି  ବ୍ଲକରେ ଦୁଇଟି ୧୦୮ ଆମ୍ବୁଲାନ୍ସରେ  ଅକ୍ସିଜେନ୍ ସେବା ନଥିବାରୁ ଗୁରୁତର ରୋଗୀଙ୍କୁ ନବରଙ୍ଗପୁରରୁ ଘରୋଇ ଆମ୍ବୁଲାନ୍ସ ଡାକିବାକୁ ପଡୁଛି । ନଚେତ୍ ନବରଙ୍ଗପୁରରେ ଉପଲବ୍ଧ ୧୦୮ ଆମ୍ବୁଲାନ୍ସକୁ ଡକାଇବାକୁ ପଡୁଛି । ତେନ୍ତୁଳିଖୁଣ୍ଟି ଓ ନନ୍ଦା ହାଣ୍ଡି ବ୍ଲକରେ ଉପଲବ୍ଧ ୧୦୮ ଆମ୍ବୁଲାନ୍ସରେ ଅକ୍ସି ଜେନ ସେବା ନଥିବା ସମ୍ପର୍କରେ କର୍ତ୍ତୃପକ୍ଷ ଜ୍ଞାତ ଥିଲେ ମଧ୍ୟ ସମାଧାନ କରାଯାଉ ନଥିବାରୁ ସାଧାରଣରେ ନିନ୍ଦା କରାଯାଉଛି ।  ଗୁରୁତର ରୋଗୀଙ୍କୁ ତକ୍ରାଳ ସେବା ଯୋଗାଇବା ପାଇଁ ସରକାରଙ୍କ ମହତ ଉଦେ୍ଦଶ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛି । ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ  ରୋଗୀଙ୍କ ପରିବାର  ତଥା ସହଯୋଗୀଙ୍କୁ ଚିନ୍ତାରେ ପକାଉଛି । ତୁରନ୍ତ ଏହାର ସମାଧାନର ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।