ମରଣାନ୍ତକ ଆକ୍ରମଣକାରୀକୁ ୭ବର୍ଷ ସଶ୍ରମ କାରାଦଣ୍ଡ 

ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ : ଯାଜପୁର ମୂଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ସହାୟକ ଦୌରାଜଜ୍ ସର୍ବେଶ୍ୱର ଦାଶ ଏକ କ୍ରିମିନାଲ କେସ୍ର ରାୟ ପ୍ରକାଶ କରି ଶୁକ୍ରବାର ଦିନ ଆସାମୀକୁ ୭ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ବିବରଣୀରୁ ପ୍ରକାଶ, ଗତ ୨୦୧୯ ମସିହା ଜାନୁଆରୀ ମାସ ୬ ତାରିଖ ଯାଜପୁର ଥାନା ଅଧୀନ ବଡ଼ସୁଆର ଗ୍ରାମର ଜଗବନ୍ଧୁ ପାତ୍ର ତାଙ୍କ ନିଜ ସ୍କୁଟିରେ ଆଶ୍ରମରୁ ଫେରୁଥିବା ସମୟରେ, ବନ୍ଧମୁଣ୍ଡା ଗ୍ରାମର ପଂଚୁ ଜେନାଙ୍କ ପୁଅ ମାନସ ଜେନା (୪୩) ତାଙ୍କର ପୂର୍ବ ଜମି ବିବାଦକୁ କେନ୍ଦ୍ର କରି ଅଟକାଇ ଧାରୁଆ ଅସ୍ତ୍ର ଓ ଇଟା ରେ ନିର୍ମମ ଭାବରେ ଜୀବନରୁ ମାରିଦେବା ଉଦେ୍ଦଶ୍ୟରେ ଆକ୍ରମଣ କରିଥିଲେ । ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଜଗବନ୍ଧୁଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ମାର୍କଣ୍ଡପୁର ଡାକ୍ତରଖାନା ନିଆଯାଇ ଚିକିସôା କରିବା ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା । ଖବର ପାଇ ଜଗବନ୍ଧୁ ପାତ୍ରଙ୍କ ପୁଅ ରମାକାନ୍ତ ଓ ରତିକାନ୍ତ ଡାକ୍ତରଖାନାରେ ପହଂଚି ବାପାଙ୍କ ଠାରୁ ଘଟଣା ବୁଝି ଯାଜପୁର ଥାନାରେ ଏତଲା ଦାଏର କରିଥିଲେ । ଯାଜପୁର ଥାନା ପୋଲିସ ଏତଲାକୁ ଗ୍ରହଣ କରି ଥାନା କେସ ନମ୍ବର ୦୨/୨୦୧୯ ରୁଜୁ କରି ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ନଂ୩୨୩, ୩୨୪ଓ ୩୦୭ ରେ ଚାର୍ଜ ସିଟ୍ ଦାଖଲ କରିଥିଲେ । ମାନ୍ୟବର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏହି ମୋକଦ୍ଦମାରେ ୧୧ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତିକରି ଯାଜପୁର ମୂଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ସହାୟକ ଦୌରାଜଜ୍ ସର୍ବେଶ୍ୱର ଦାଶ ଆସାମୀ ମାନସ ଜେନାକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫ ହଜାର ଟଙ୍କା ଜରିମାନା କରି ରାୟ ପ୍ରକାଶ କରିଛନ୍ତି । ଜରିମାନା ଅର୍ଥ ଅନାଦେୟରେ ଅଧିକ ୧ ମାସ ଜେଲ ଦଣ୍ଡ ପାଇଁ ରାୟରେ ଦର୍ଷାଯାଇଛି । ଏହି ମୋକଦ୍ଦମା କୁ ସରକାରଙ୍କ ତରଫରୁ ସରକାରୀ ଓକିଲ ବିରଜା ପ୍ରସାଦ ପରିଡ଼ା ପରିଚାଳନା କରୁଥିଲେ ।