ସରସ୍ୱତୀ ଶିଶୁ  ମନ୍ଦିରର ବାର୍ଷିକୋତ୍ସବ

 ଦଶରଥପୁର:  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଝୁମ୍ପୁରୀର ବାର୍ଷିକ ଉତ୍ସବବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେଶ ଚନ୍ଦ୍ର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉସôବରେଯାଜପୁର ସାଂସଦ ଡ.ରବୀନ୍ଦ୍ର ନାରାୟଣ ବେହେରା, ଯାଜପୁର ବିଧାୟିକା ସୁଜାତା ସାହୁ ଯୋଗଦେଇ କୁନି କୁନି ପିଲାମାନଙ୍କ ଭବିଷ୍ୟତ ଗଢ଼ିବା ଦିଗରେ ଶିଶୁ ବିଦ୍ୟାମନ୍ଦିରଗୁଡ଼ିକ ନିଷ୍ଠାର ସହ କାର୍ଯ୍ୟ କରିଥାନ୍ତି ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ସମାଜସେବୀ କର୍ଣ୍ଣାଟ କେଶରୀ ଦାସ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଶୁ ଚିକିତ୍ସକ ଡ. ଗୋପାଳ ଚନ୍ଦ୍ର ମିଶ, ଜିଲା ପରିଷଦ ସଭ୍ୟା ମନସ୍ୱିନୀ ଦାସ, ଶିଶୁ ବିଦ୍ୟାମନ୍ଦିରର ସଙ୍କୁଳ ପ୍ରମୁଖ ଭାଗିରଥି ମହଲ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଗୁରୁଜୀ ଅନନ୍ତ ପୋଥାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।