ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ
ନିଆଳି: ନିଆଳି ତହସିଲଦାର ଲିଲନ ପ୍ରସାଦ ସାହୁ ନୂଆଗାଁ ସ୍ଥିତ ଶୋଭନେଶ୍ୱର ମନ୍ଦିରରୁ ନିଆଳି ହାଟ ପର୍ଯ୍ୟନ୍ତ ଜେସିବି ମେସିନ ସହାୟତାରେ ରାସ୍ତାର ଉଭୟ ପାର୍ଶ୍ୱ ଜବରଦଖଲ ଉଚ୍ଛେଦ କରିଛନ୍ତି । ସୋଭନେଶ୍ୱରଙ୍କ ଯାତ୍ରା ଥିବାରୁ ଯାତାୟାତ ନିମନ୍ତେ ବାଧା ଉପୁଜିବାରୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ସମୟରେ ନିଆଳି ଥାନା ଆଇଆଇସି ବିଜୟ କୁମାର ମଲିକ, ନିଆଳି ଆରଆଇ ଦେବପ୍ରସାଦ ବିଶ୍ୱାଳ, ବିଦୁ୍ୟତ୍ ବିଭାଗ କର୍ମଚାରୀ ଓ ଏକ ସେକ୍ସନ ପୁଲିସଉପସ୍ଥିତ ରହିଥିଲେ । ଆଇଆଇସିଙ୍କ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳାରେ ଉଚ୍ଛେଦ କାର୍ଯ୍ୟ ହୋଇଥିଲା ।