ସୁଭଦ୍ରା ପରିବାରଙ୍କୁ ଭେଟିଲେ ସାଂସଦ ରୁଦ୍ର ପାଣି
ତାଳଚେର/କଣିହା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲଜ ଲୋଧାଝରି ଗ୍ରାମର ଝିଅ ସୁଭଦ୍ରାର ବୀଭସô ହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଆଜି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସୁଭଦ୍ରା ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ସୁଭଦ୍ରା ହତ୍ୟାକାରୀଙ୍କୁ ଖୁବଶୀଘ୍ର ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ ବୋଲି ସାଂସଦ ପ୍ରକାଶ କରିଛନ୍ତି । ଏ ମର୍ମରେ ସେ ପୁଲିସ ଉଚ୍ଚÿପଦସ୍ଥ ଅଧିକାରୀ ଆଇଜି, ଏସପି ଓ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଏବଂ ପୁଲିସ ଖୁବଶୀଘ୍ର ଅପରାଧୀଙ୍କୁ ଗିରଫ କରିବ ବୋଲି ପୁଲିସର ବରିଷ୍ଠ ଅଧିକାରୀମାନେ କହିଛନ୍ତି ବୋଲି ପ୍ରକାଶ କରିଥିଲେ । ଏଭଳି ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ ଏବଂ ଏଭଳି ଅମାନବୀୟ ଅପରାଧ ଘଟାଇଥିବା ଅପରାଧୀଙ୍କୁ ଏଭଳି ଦଣ୍ଡ ମିଳିବା ଦରକାର ଯାହାକୁ ଦେଖି ସମାଜରେ ଅପରାଧ ଘଟଇବା ପାଇଁ ଅପରାଧୀ ମାନେ ସାହସ କରି ପାରିବେ ନାହିଁ ବୋଲି ସେ କହିଛନ୍ତି । ସାଂସଦଙ୍କ ସହ ବରିଷ୍ଠ ବିଜେପି ନେତା ଜିଲ୍ଲା ଉପ ସଭାପତି ନୃସିଂହ ବରାଳ, ପ୍ରହଲ୍ଲାଦ ସାମଲ, ଜଗମୋହନ ପ୍ରଧାନ, ଦେବେନ୍ଦ୍ର ବାରିକ, ଇଂ. ଭରତ କୁମାର ସାହୁ, ତ୍ରିପୁରାରୀ ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।