ସହିଦ ଭଗିରଥ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀ
କପ୍ତିପଦା : କପ୍ତିପଦା ବ୍ଲକ ଅନ୍ତର୍ଗତ ଧୂମକ୍ଷେତ ମା’ ବାସନ୍ତୀ ପୂଜା କମିଟି ଆନୁକୂଲ୍ୟରେ ତଥା ଉଦ୍ୟୋକ୍ତା ହରିଶ ଚନ୍ଦ୍ର ମହାନ୍ତିଙ୍କ ଆହ୍ୱାନକ୍ରମେ କପ୍ତିପଦା ଅଞ୍ଚଳର ଗର୍ବ ଓ ଗୌରବ ଶହୀଦ୍ ଭଗିରଥ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶତୃଘ୍ନ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସାହିତ୍ୟକ ପ୍ରଫୁଲ୍ଲ ଚନ୍ଦ୍ର ମହାଳିକ ଅଧ୍ୟକ୍ଷତା କରିଥିଲେ । ଏଥିରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ମିଶ୍ର, ସାମରିକ ଅଧିକରୀ ସୋମନାଥ ପତି, ଜାମବଣୀ ସରପଞ୍ଚ ରାଜେନ୍ଦ୍ର ନାୟକ, ସାମାଜସେବୀ ତଥା ବାସନ୍ତୀ ପୂଜାକମିଟିର ସଭାପତି ପ୍ରମୋଦ କୁମାର ପୃଷ୍ଟି, ଅବସରପ୍ରାପ୍ତ ଶିକ୍ଷକ ଜୟଚନ୍ଦ୍ର ବେହେରା ଓ ଶିକ୍ଷକ ରାଜକିଶୋର ବେହେରା ପ୍ରମୁଖ ଯୋଗ ଦେଇ ଶହୀଦ୍ ଭଗିରଥ ମହାନ୍ତିଙ୍କର ସ୍ମୃତିଚାରଣ କରିଥିଲେ । ଶହୀଦ୍ଙ୍କ ପିତା ଗଦାଧର ମହାନ୍ତି ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । ଶିକ୍ଷକ ଚନ୍ଦନ କୁମାର ମହାନ୍ତି ଶହୀଦ୍ ଭଗିରଥଙ୍କୁ ଏକ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରିଶେଷରେ ଯୁବ ସମାଜସେବୀ ଶୁଭନାରାୟଣ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ । ଦେବ ନାରାୟଣ ମହାନ୍ତି, ନିଂରଜନ ମହାନ୍ତି, ସତ୍ୟଜିତ୍ ମହାନ୍ତି, ଅକ୍ଷୟ ମହାନ୍ତି ଓ ଅନ୍ତର୍ଯ୍ୟାମୀ ମହାନ୍ତି ପ୍ରମୁଖ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।