ଆୟୁଷ୍ମାନ କାର୍ଡ ବାଣ୍ଟିିଲେ ବିଧାୟକ 

ଆସିକା : ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ନିମିନା ଠାରେ ଆୟୁଷ୍ମାନ କାର୍ଡ ବଣ୍ଟନ କଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ । ଆସ୍କା ବିଜେପିର ବରିଷ୍ଠ ସଦସ୍ୟ ଶିବ କୁମାର ନାୟକଙ୍କ ସଂଯୋଜନ ରେ ବିଧାୟକଙ୍କ ବଡ଼ ପୁଅ ସନ୍ଦୀପ ପାଢ଼ୀ, ଗହଂଗୁ ମେଡିକାଲର ମୁଖ୍ୟ ଚିକିସôାଧିକାରୀ ଶୁଭମ କୁମାର ପାଣିଗ୍ରାହୀ, ଭାରପ୍ରାପ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ କୁବେର ପାତ୍ର, ଆତ୍ମାର ଅଧକ୍ଷ ବିଜୟ ସ୍ୱାଇଁ, ଶଶାଙ୍କ ଚର୍ଚ୍ଚି, ସମାଜସେବୀ ସିମାଞ୍ଚଳ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ । ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ବୋୟ ବନ୍ଦନ ଯୋଜନାର ହିତାଧିକାରୀଙ୍କୁ ବିଧାୟକ ପାଢ଼ୀ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା ।