ସାଂସଦଙ୍କ ଅଚାନକ ଆଦର୍ଶ ଥାନା ଗସ୍ତ
ଆସିକା : ଆସିକାର ଆଦର୍ଶ ଥାନାକୁ ଅଚାନକ ଭ୍ରମଣ କଲେ ଲୋକସଭା ସାଂସଦ ଅନିତା ଶୁଭଦର୍ଶନୀ ପଟନାୟକ । ଗୁରୁବାର ଅପରାହ୍ନ ସମୟରେ ଆସିକା ପୋଲିସ ଥାନାରେ ପହଞ୍ଚô ଥାନା ଅଧିକାରୀ କୁଳମଣି ସେଠୀଙ୍କ ସହ ଆଲୋଚନା କରିଥିଲେ । ଥାନା ପରିସରରେ ଥିବା ଅତିଥି ମାନଙ୍କ କୋଠରୀ, ଶିଶୁ ମିତ୍ର ଥାନା, ସହିତ ଅଂଚଳର ଶାନ୍ତି ଶୃଙ୍ଖଳା, ଆଇନ ପରିସ୍ଥିତି, ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ, ମହିଳା ଓ ଶିଶୁ ଡେସ୍କ, ଉପରେ ଆଲୋଚନା କରିଥିଲେ । ସରସ୍ୱତୀ ଶିଶୁ ମନ୍ଦିରରେ ପହଞ୍ଚô ମାଟ୍ରିକ ଓ କଲେଜ ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ଆସିକା ଏନଏସି ୱାର୍ଡ ନମ୍ବର ୦୧ ରଘୁନାଥ ନଗରରେ ପହଞ୍ଚô ଆୟୁଷ୍ମାନ କାର୍ଡ ବଣ୍ଟନ କରିଥିଲେ । ଏହି ଗ୍ରସ୍ଥ ସମୟରେ ଆସିକା ଏମ ପି ପ୍ରତିନିଧି ଶରତ ଚନ୍ଦ୍ର ପାଣିଗ୍ରାହୀ, କାଳୁ ଚରଣ ପ୍ରଧାନ, ଯଂଜ୍ଞନାରାୟଣ ଦାସ, କାଉନସିଲର ରାଘବ ସିଅ, ସରୋଜ ଭଞ୍ଜ, ମନୋଜ ଭଞ୍ଜ, ଅକ୍ଷୟ କୁମାର ବିଶ୍ୱାଳ, ପ୍ରଦୀପ କୁମାର ନାହାକ, ବାୟା ମହାନ୍ତି, ବାଲାଜୀ ରାଉତ, ରମେଶ ରାଉତ, ସମେତ ଆଶା ପ୍ରମୁଖ ଉପସ୍ଥିତ ଥିଲେ ।