ଋଣ ସମବାୟ ସମିତିର ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡା : କେନ୍ଦ୍ରାପଡା ସମବାୟ ଆନ୍ଦୋଳନ ସୁଦୃଢ ହେଲେ ରାଜ୍ୟ ସମୃଦ୍ଧ ହେବ । ସମବାୟ ଆନ୍ଦୋଳନ ଦ୍ୱାରା ଅଞ୍ଚଳର ପ୍ରଗତି ହୋଇଥାଏ । ବୋଲି କେନ୍ଦ୍ରାପଡ଼ା ଋଣ ସମବାୟ ସମିତିର ୨୩ ତମ ବାର୍ଷିକ ସାଧାରଣ ସଭାରେ ସଭାପତିତ୍ୱ କରି କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟିର ସଭାପତି ତଥା ବିଶିଷ୍ଟ ସମବାୟବିତ ପ୍ରମୋଦ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ଏହା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷତିଗ୍ରସ୍ତଙ୍କୁ ସହାୟତା, ଅନ୍ତର୍ଜାତୀୟ ଓ ରାଜ୍ୟ ସ୍ଥରରେ କୃତି କ୍ରୀଡ଼ାବିତ  ମାନଙ୍କୁ ଆର୍ଥିକ ପ୍ରୋସôାହନ, ଉଚ୍ଚ ଶିକ୍ଷା ପାଇଁ ଗରିବ ଓ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସହାୟତା, ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ଚଳିବା ପାଇଁ ମାସକୁ ଏକ ହଜାର ଟଙ୍କା ଗୁଜୁରାଣ ସହାୟତା ପ୍ରଦାନ କରାଯାଉଛି । କେନ୍ଦ୍ରାପଡ଼ା ଋଣ ସମବାୟ ସମିତି ଏବେ କେବଳ ଭାରତ ବର୍ଷରେ ନୁହେଁ ସମଗ୍ର ଏସିଆ ମହାଦେଶରେ ଅଗ୍ରଣୀ ଋଣ ସମବାୟ ସମିତି ମଧ୍ୟରେ ପ୍ରମୁଖ ସ୍ଥାନ ଅଧିକାର କରିଛି । ଏହି ଅବସରରେ ଏହି ସମିତିର କାର୍ଯ୍ୟକାରୀ ପରିସୀମା ଅବିଭକ୍ତ କଟକ ଜିଲ୍ଲାରେ ଥିବା ୧୭ ଶାଖା ମଧ୍ୟରୁ ପ୍ରତି ଶାଖାର ଜଣେ ଲେଖାଏଁ ଉତ୍ତମ ଋଣ ପରିଶୋଧକାରୀ ଓ ଜଣେ ଲେଖାଏଁ ଉତ୍ତମ ସହଯୋଗୀ ଏହିପରି ୩୪ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବାର୍ଷିକ ସାଧାରଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାନେତ୍ରୀ ସାବନା ପରୱିନ, ର୍ନିେଶକ ସର୍ବଶ୍ରୀ କୈଳାସ ବେହେରା, ଅକ୍ଷୟ ଦାଶ, ଦିଲ୍ଲୀପ ପାତ୍ର, ଦିଲ୍ଲୀପ ରାଉତ, ଅମିତାଭ ସାହୁ, ଗୀତାଞ୍ଜଳି ସାହୁ, ସେକ ରିଆଜତ ପ୍ରମୁଖ ଉପସ୍ଥିତ ଥିଲେ । ବାର୍ଷିକ ବିବରଣୀ ସମ୍ପାଦକ ପ୍ରହଲ୍ଲାଦ ସାହୁ ପାଠ କରିଥିବା ବେଳେ ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ର୍ନିେଶକ ଅକ୍ଷୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ମୁଖ୍ୟ ସାଧାରଣ ପରିଚାଳକ ମନୋଜ ସାହୁ, ସହକାରୀ ସାଧାରଣ ପରିଚାଳକ ରମେଶ ସେଠୀ, ମାର୍ଶାଘାଇ ଶାଖା ପରିଚାଳକ ରଞ୍ଜନ ସାହୁ, ଟାଉନ ଶାଖା ପରିଚାଳିକା ଅନୁରତା ସାମନ୍ତରାୟ, କର୍ମଚାରୀ ସର୍ବଶ୍ରୀ ଅମୀୟ ନାୟକ, ମନୀଷ ସାହୁ, ସୁଶାନ୍ତ ସେଠୀ, ବିଦ୍ୟାଲକ୍ଷ୍ମୀ ବେହୁରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।ା