ସ୍ୱତନ୍ତ୍ର ମୁକ ଓ ବଧିର ବିଦ୍ୟାଳୟ ଉଦ୍ଘାଟିତ
ବରୀ : ମନୋରମା କ୍ରିଏଟିଭିଟି କାଉନସିଲ ଟ୍ରଷ୍ଟ ପକ୍ଷରୁ ରାମ ନବମୀ ଅବସରରେ ସନରାଇଜ ପବ୍ଲିକ ସ୍କୁଲ ଏବଂ ମନୋରମା ସ୍ୱତନ୍ତ୍ର ମୁକ ଓ ବଧିର ଏବଂ ମାନସିକ ଅନଗ୍ରସରର ନୂତନ ସ୍କୁଲ ବରୀ ବ୍ଲକ ଗୋଳକୁଣ୍ଡ ପଞ୍ଚାୟତ ମେଣ୍ଢ ଠାରେ ଉଦ୍ଘାଟିତ ହୋଇଯାଇଛି । ଏଠାରେ ସିବିଏସି ପଦ୍ଧତିରେ ଶିକ୍ଷାଦାନ ଦେବା ସହିତ ଦିବ୍ୟାଙ୍ଗ ପିଲାମାନଙ୍କ ଲାଗି ମାଗଣାରେ ରହିବା ଖାଇବା ବ୍ୟବସ୍ଥା କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାମଲ, ରସୁଲପୁର ଶିକ୍ଷାମଣ୍ଡଳର ଏବିଇଓ ଡ. ପ୍ରଭଞ୍ଜନ ପତି, ବରୀ ଶିକ୍ଷାମଣ୍ଡଳର ଏବିଇଓ ସୁରେନ୍ଦ୍ର କୁମାର ସାହୁ, ସମ୍ପାଦକ କୈବଲ୍ୟ ବଳ, ସ୍ଥାନୀୟ ସରପଞ୍ଚ ସବିତା ବେହେରା, ଶିକ୍ଷାବିତ ବେଣୁଧର ପତି, ଶତ୍ରୁଘ୍ନ ଜେନା, ସମାଜସେବୀ ବିଜୟ କୁମାର ନାୟକ, ପ୍ରଧାନଶିକ୍ଷକ ବୃଷଭାନୁ ଜେନା ଓ ଚନ୍ଦ୍ରମଣି ବଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅନୁଷ୍ଠାନକୁ ଆଗେଇ ନେବା ପାଇଁ ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଇବା ପାଇଁ ଦୃଢ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ଅଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଦେବପ୍ରସାଦ ବଳ ଓ ସହ କର୍ମୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।