ମାଟିର ସନ୍ଥ ଥିଲେ ଗୋପବନ୍ଧୁ
ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡା: ଆଦର୍ଶ ଆଇନଜୀବୀ, ସୌର୍ଯ୍ୟବାନ ଶିକ୍ଷକ, ପ୍ରଜ୍ଞାଦୀପ୍ତ ଦେଶପ୍ରେମୀ, ତାରୁଣିକ କବି, ସେବାର ଶିରୋମଣୀ, ମାନବତାର ମଉଡମଣୀ, ନବ ଉକôଳର ଅନ୍ୟତମ ବିନ୍ଧାଣୀ, ସାମ୍ବାଦିକ ଜଗତର ନବ ରବି ଓ ସତ୍ୟବାଦୀର ପ୍ରାଣ ପ୍ରତିଷ୍ଠାତା ସମ୍ପାଦକ, ଦିନ, ଦୁଃଖୀ ଓ ଦରିଦ୍ରର ବନ୍ଧୁ ଉକôଳମଣୀ ପଣ୍ଡିତ ଗୋପବନ୍ଧୁ ହେଉଛନ୍ତି ଓଡିଆ ଜାତିର ଅଗ୍ରପୂଜ୍ୟ । ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ସୂର୍ଯ୍ୟ ତେଜ ପରି ବିରାଜିତ ବୋଲି କେନ୍ଦ୍ରାପଡାର ଶ୍ରୀ ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ୧୪୮ତମ ଗୋପବନ୍ଧୁ ଜୟନ୍ତୀ ପାଳନ ଓ ପୁରସ୍କାର ବିତରଣ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ କବି ତଥା ଲେଖକ ନିରାକାର ଦାସ ମତବ୍ୟକ୍ତ କରିଛନ୍ତି । ପ୍ରତିଷ୍ଠାନର ସଭାଗୃହରେ ଅନୁଷ୍ଠିତ ଏହି ଉସôବରେ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଓ ସାହିତି୍ୟକମାନଙ୍କୁ ଉଦ୍ବୋଧନ ଦେଇ କବି ଶ୍ରୀ ଦାସ କହିଲେ ଦେଶପ୍ରେମଠାରୁ ବଡ ପ୍ରେମ ନାହିଁ କି । ମାନବ ଧର୍ମଠାରୁ ବଡ ଧର୍ମ କିଛି ନାହିଁ । ଯାହା ଥିଲା ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ଜୀବନର ବ୍ରତ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସମାଜସେବୀ ଶିକ୍ଷକନେତା ତଥା ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଡଃ ଦିଲ୍ଲୀପ ମିଶ୍ର ଗୋପବନ୍ଧୁଙ୍କ ସାହିତ୍ୟ ଓ ସାମାଜିକ ସଂସ୍କାର ଉପରେ ଆଲୋକପାତ କରି ଲିଓ ଟଲଷ୍ଟୟଙ୍କ ତିନି ପ୍ରଶ୍ନ ସହ ଏହି ଗୋପବନ୍ଧୁଙ୍କ ଜୀବନାଦର୍ଶର ତୁଳନାତ୍ମକ ତଥ୍ୟ ପ୍ରଦାନ କରିଥିଲେ । ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ, ବିପ୍ଳବୀ ଶିକ୍ଷକ ନେତା ତଥା ସମାଜସେବୀ ପ୍ରଫେସର ଅଜୟ ସାମଲ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ତଥା କେନ୍ଦ୍ରାପଡା ମହାବିଦ୍ୟାଳୟର ପ୍ରାକ୍ତନ ଓଡିଆ ବିଭାଗ ମୁଖ୍ୟ ସାହିତି୍ୟକ ପ୍ରେଫେସର ମୋହନ ଚରଣ ଜେନା ଏବଂ ଅଧ୍ୟାପିକା ଜୟଶ୍ରୀ ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ଗୋପବନ୍ଧୁଙ୍କ ସାହିତ୍ୟରେ ଦେଶ ପ୍ରତି ସମର୍ପଣ ଭାବ ଉପରେ ଆଲୋଚନା କରିଥିଲେ ।