ମୋ' ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ

 ଧାମନଗର : ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତରେ ଚାଷୀଙ୍କୁ ମୋ' ପୋଖରୀ ଯୋଜନାରେ ୧ ଲକ୍ଷ ୬୬ ହଜାର ଏଷ୍ଟିମେଣ୍ଟ କରା ଯାଇ ଚାଷୀ ଅଜୟ ମଲିକଙ୍କୁ ଧାମନଗର ପଞ୍ଚାୟତ ସମିତି ପକ୍ଷରୁ କାର୍ଯ୍ୟ କରିବାପାଇଁ ନିଦେ୍ର୍ଦଶ ଦିଆଯାଇଛି । ସେଥି ମଧ୍ୟରୁ ୧ ଲକ୍ଷ ୫୦ ହଜାର ଟଙ୍କାରେ ବିଲ ପାଇଁ ପ୍ରସ୍ତୁତି ହୋଇଛି ଏବଂ ୨୪ ଜଣ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ । ମାତ୍ର ଉକ୍ତ ପୋଖରୀଟି ଗେଙ୍ଗୁଟି ନଦୀ ଭିତରେ କରାଯାଉଛି ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ବେଳେ ଏନେଇ ବ୍ଲକରେ କେହି ଅଭିଯୋଗ କରିନାହାନ୍ତି । ଏହା ନଦୀ ଭିତରେ ନୁହ ଆମ ଚାଷ ଜମିରେ ଓ ନିଜସ୍ୱ ଜାଗାରେ ପୋଖରୀ ଖୋଳା ହେଉଛି ବୋଲି ଅଜୟ ମଲିକ କହିଛନ୍ତି । ଏ ସଂପର୍କରେ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ଗୋବିନ୍ଦ ସାମଲଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ପୋଖରୀ ଖୋଳି ବାରେ କୌଣସି ଦୁର୍ନୀତି ହୋଇନାହିଁ । ଆବଶ୍ୟକ କାଗଜପତ୍ର ରଖାଯାଇ କାର୍ଯ୍ୟ ହୋଇଛି । ଏ ନେଇ ମଧ୍ୟ ବ୍ଲକରୁ ବିଡ଼ିଓ ସହକାରୀ ଯନ୍ତ୍ରୀ କାର୍ଯ୍ୟର ତଦନ୍ତ କରିଛନ୍ତି । ତେବେ ଏ ନେ ଦୁର୍ନୀତି ସଂପର୍କରେ କେହିବି ଅଭିଯୋଗ କରିନାହାନ୍ତି । ତେବେ ବଦନାମ କରିବା ପାଇଁ ଏପରି ଚକ୍ରାନ୍ତ କରାଯାଉଛି ବୋଲି କନିଷ୍ଠଯନ୍ତ୍ରୀ ଶ୍ରୀ ସାମଲ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।