ଗଞ୍ଜେଇ ଜବତ, ଜଣେ ଗିରଫ 

 ଆସିକା  : ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥ ରାସ୍ତାର କାଳଷଣ୍ଢପୁର-ପାଟିଳିଗୁଡା ନିକଟସ୍ଥ ଏ ୦୧ ଫନିଚର ଦୋକାନ ନିକଟରୁ ଆସିକା ପୁଲିସ ହାତରେ ଧରାପଡ଼ିଛି ଏକ ଚୋରା ଗଞ୍ଜେଇ ଗାଡି  । ବିଶେଷ ସୂତ୍ରରୁ ଖବର ମୁତାବକ ଗତକାଲି ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ରାଇକିୟା ଅଞ୍ଚଳରୁ ଏକ ଓଡି୦୭ଏଆର ୪୨୮୬ ନମ୍ବର ଗଡିରେ ୧୩ ପକେଟ ଗଞ୍ଜେଇ ଯାହାର ଓଜନ ୪ କୁଇଣ୍ଟାଲ ୭ ଶହ ୮୦ ଗ୍ରାମ ଗଞ୍ଜାଇ ରହିଥିବା ଜାଣିବାକୁ ପାଇଥିଲେ  । ସେହି ଗାଡିକୁ ବ୍ରହ୍ମପୁର ସଦର ଥାନା ଅଙ୍କୁଶପୁର ନିକଟ ଚଢେଇମରା ଗ୍ରାମର ପି. ମୋହନ (୩୨) ବୋଲି ଆସିକା ପୁଲିସ ପ୍ରକାଶ କରିଛି  । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ହେବ ବୋଲି ଜଣାପଡିଛି  । ଆସିକା ପୁଲିସ ଥାନା କେଶ ନମ୍ବର ୩୪୭/୨୫ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି  ।  ଆସିକା ଉପଖଣ୍ଡ ଅରକ୍ଷୀ ଅଧିକାରୀ ସନ୍ତୋଷ କୁମାର ଜେନା, ଥାନାଧିକାରୀ କୁଳମଣି ସେଠୀ, ଶିବରାମ ସ୍ୱାଇଁ, ହିମାଂଶୁ ପାତ୍ର ପ୍ରମୁଖ ଏଭଳି ଚୋରା ଗଞ୍ଜେଇ ଗାଡିକୁ ଧରିବାରେ ସହଯୋଗ କରିଛନ୍ତି  ।