ସାମ୍ବାଦିକ ଡଃ କେ ବିକ୍ରମ ରାଓଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

 ଭୁବନେଶ୍ୱର  :  ପ୍ରତିଷ୍ଠିତ ସାମ୍ବାଦିକ ତଥା ଭାରତୀୟ ପେଷାଦାର ସାମ୍ବାଦିକ ସଂଘ (ଆଇଏଫଡବ୍ଳୁଜେ)ର ଜାତୀୟ ସଭାପତି ଡଃ କେ ବିକ୍ରମ ରାଓଙ୍କ ବିୟୋଗରେ ଉକôଳ ସାମ୍ବାଦିକ ସଂଘ , ଓଡିଶା ପକ୍ଷରୁ ଗୁରୁବାର ଦିନ ରାଜ୍ୟ ସଂଘ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି  । ସଂଘର ରାଜ୍ୟ ସଭାପତି ବିଭୂତିଭୁଷଣ କର ଏହି ସଭାରେ ଅଧ୍ୟକ୍ଷତା କରି ଡଃ ରାଓଙ୍କୁ ଜଣେ ସାମାଜିକ ଚେତନା ସମ୍ପର୍ଣ୍ଣ ଓ ଲୋକତାନ୍ତ୍ରୀକ ମୂଲ୍ୟବୋଧ ଭିତିକ ସାମ୍ବାଦିକ ବୋଲି ଅବିହିତ କରିଥିଲେ । ଦେଶରେ ସାମ୍ବାଦିକତା ବୃତ୍ତିଗତ ସମସ୍ୟାର ସମାଧାନ ଏବଂ ସାମ୍ବାଦିକ ମାନଙ୍କ ସ୍ୱାର୍ଥ ପାଇଁ ସେ ଅଗ୍ରଗଣ୍ୟ ନେତା ଥିଲେ । ତେଣୁ ତାଙ୍କୁ ଗଣମାଧ୍ୟମ ଜଗତ ସର୍ବଦା ମନେ ରଖିବ ବୋଲି ସଭାରେ ଯୋଗଦେଇଥିବା ଅନ୍ୟ ବକ୍ତାମାନେ ନିଜ ମତ ରଖିଥିଲେ  । ସ୍ୱର୍ଗତ ରାଓଙ୍କର ଉକôଳ ସାମ୍ବାଦିକ ସଂଘ ସହିତ ଶେଷ ପର୍ଯ୍ୟନ୍ତ ନିବିଡ ସମ୍ପର୍କ ଥିଲା ଓ ସେ କିଛିଦିନ ଭୁବନେଶ୍ୱରରେ ଅବସ୍ଥାପିତ ହୋଇ ଟାଇମ୍ସ ଅଫ ଇଣ୍ଡିଆ ପାଇଁ ସାମ୍ବାଦିକତା କରିଥିଲେ । ଦେଶରେ ମଣିସେନା ସିଂ ଓ ମାଜେଥୀଆ ବେତନ ଆୟୋଗ ଗଠନରେ ତାଙ୍କର ଭୂମିକା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସଭାରେ ମତପ୍ରକାଶ ପାଇଥିଲା । ଉକ୍ତ ସଭାରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ବରିଷ୍ଠ ଉପଦେଷ୍ଟା ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ  ।