ବନ୍ଧୁକ ତିଆରି କାରଖାନା ଠାବ: ବିପୁଳ ସାମଗ୍ରୀ ସହ ଗୋଳାବାରୁଦ ଜବତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲା ପୁଲିସକୁ ମିଳିଛି ଆଉ ଏକ ସଫଳତା । ସୀମାନ୍ତ ବର୍ତ୍ତି ଅଞ୍ଚଳରେ ବଡ଼ ଧରଣ ମାଓ ହିଂସା ଘଟଇବା ପାଇଁ ପ୍ରସ୍ତୁତ ହେଉଥିବା ଯୋଜନାକୁ ପଣ୍ଡୁର କରିଦେଇଛନ୍ତି ଯବାନ । ସୀମାନ୍ତ ଜଙ୍ଗଲରେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ କରିବା ସହିତ ବନ୍ଧୁକ ତିଆରି ସାମଗ୍ରୀ, ଜେନେରେଟର, ପ୍ରେସର ବମ, ଗୋଳାବାରୁଦ ଜବତ କରିଛନ୍ତି ଯବାନମାନେ ।
ତେବେ ସୀମାନ୍ତ ଛତିଶଗଡରେ ଜୋରଦାର ଚାଲଛି ମାଓ ଅପରେସନ୍ । ମାଓଗଡ ଭାଙ୍ଗିବାକୁ ସର୍ଚ୍ଚ ଅପରେସନ୍ କରୁଛନ୍ତି ଯବାନ । ଏହା ଭିତରେ ଓଡିଶା ଛତିଶଗଡ଼ ସୀମାରୁ ଆଉ ଏକ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି । ସୁକୁମା ମାଲକାନଗିରି ସୀମାରୁ ବନ୍ଧୁକ ତିଆର କାରଖାନା ଠାବ କରିଛନ୍ତି ଯବାନ । ବନ୍ଧୁକ ତିଆରି ସାମଗ୍ରୀ ସହ ୨୧ଟି ପ୍ରେସର ବମ, ବିଜିଏଲ ବୋମା, ଜେନେରେଟର, ୱେଲଡିଙ୍ଗ ମେଶିନ, ଲେଥ୍ ମେଶିନ ସାମଗ୍ରୀ ଜବତ ହୋଇଛି । ବନ୍ଧୁକ ତିଆରି ସରଂଜାମ ସହ ଗୋଳାବାରୁଦ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ସୁକୁମା ଜିଲ୍ଲା ମେଟାଗୁଡା ଓ ଦୁଲେଡ ଜଂଗଲରେ କୁମ୍ବିଂ ଅପରେସନ୍ ବେଳେ କୋବ୍ରା ଓ ସିଆରପିଏଫ୍ ଯବାନ ଏହି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ।