ଖୋଲିଲା କଲେରା ପାଇଁ କଣ୍ଟ୍ରୋଲ ରୁମ 


ବାଲିଚନ୍ଦ୍ରପୁର:  କଲେରା ପାଇଁ ବଡ଼ଚଣା ବ୍ଲକ ପ୍ରଶାସନ ପକ୍ଷରୁ ଏବିଡିଓ ଜ୍ଞାନଦା ନାୟକଙ୍କ ନେତୃତ୍ୱରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ଲକ ପରିସର ଖୋଲା ଯାଇଥିବା ବିଡିଓ ରବିନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଏଥିରେ ୯ ଜଣ ଅଫିସର ୩ ଟି ପାଳି କରି ରହିବେ । ଯେଉଁଠି ଯେଉଁ ଆବଶ୍ୟକତା ପଡିବ ସାଧାରଣ ଲୋକ ମାନେ ସାହଯ୍ୟ ନେÿଇ ପାରିବେ । କଣ୍ଟ୍ରୋଲ ରୁମ ନଂ ୮୪୫୬୦୭୪୮୨୦ ରହିଛି । ସେହିଭଳି ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ସୋମବାର ଚଣ୍ଡିଖୋଲ, ଛତିଆ, ବାଲିଚନ୍ଦ୍ରପୁର ଓ ବାଲିକୁଦା ବଜାରରେ ଚଢାଉ କରଯାଇଛି । ଚଢାଉରେ ପୁଲିସ, ଓ ମେଡିକାଲ ଟିମ ସାମିଲ ହୋଇଥିଲେ ।