ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ ୧୭୪୩ ଛାତ୍ରଛାତ୍ରୀ
ବୁଗୁଡ଼ା: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଚଳିତ ବର୍ଷ ଫେବୃୟାରୀ ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକ ଓ ଏନ୍ଏସି ଅନ୍ତର୍ଗତ ୧୦ଟି କେନ୍ଦ୍ରରେ ମୋଟ ୧୭୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ନେଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯାଳୟ ସୂତ୍ରରୁ ପ୍ରକାଶ ପାଇଛି । ତେବେ ପରୀକ୍ଷା କେନ୍ଦ୍ରଗୁଡିକ ମଧ୍ୟରୁ ବୀରଧନଞ୍ଜୟପୁରସ୍ଥ ବୁଦ୍ଧଗିରି ବିଦ୍ୟାପୀଠ କେନ୍ଦ୍ରରେ ସର୍ବାଧିକ ୨୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ବାଲିପଦର ହାଇସ୍କୁଲ କେନ୍ଦ୍ରରେ ୨୦୦ ଜଣ , ବୁଗୁଡ଼ା ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ୧୯୦ ଜଣ, ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠ କେନ୍ଦ୍ରରେ ୧୮୫ ଜଣ , ତାଳସାକର ମହାମାୟୀ ହାଇସ୍କୁଲ କେନ୍ଦ୍ରରେ ୧୮୪ ଜଣ , ବୁଗୁଡ଼ା ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୮୧ ଜଣ , ପଙ୍କଳବାଡି ରିଜିଓନାଲ ଏଗ୍ରିକଲଚର ହାଇସ୍କୁଲ କେନ୍ଦ୍ରରେ ୧୭୭ ଜଣ, ପୋଚାଲୁଣ୍ଡି ଗ୍ରାମସ୍ଥ ମା’ କାଳୀ କୃଷକ ହାଇସ୍କୁଲ କେନ୍ଦ୍ରରେ ୧୫୮ ଜଣ , ମାଣିତରା ରିଜିଓନାଲ ହାଇସ୍କୁଲ କେନ୍ଦ୍ରରେ ୧୩୭ ଜଣ ଏବଂ କରଚୁଲି ଶକୁନ୍ତଳା ବିଦ୍ୟାପୀଠ କେନ୍ଦ୍ରରେ ସର୍ବନିମ୍ନ ୧୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ଜଣାପଡିଛି । ଏ ସମସ୍ତ କେନ୍ଦ୍ର ମଧ୍ୟରୁ କେବଳ ପିପୁଲ୍ସ ହାଇସ୍କୁଲ ଏବଂ ବୁଦ୍ଧଗିରି ବିଦ୍ୟାପୀଠ କେନ୍ଦ୍ରରେ ମାତ୍ର ଜଣେ ଲେଖାଏଁ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ରହିଥିବା ଜଣାଯାଇଛି ।