ବିଧାନସଭାରେ ଧ୍ରୁବଙ୍କ ପ୍ରଶ୍ନର ଉତ୍ତର ରଖିଲେ ରାଜସ୍ୱମନ୍ତ୍ରୀ

ପଟ୍ଟାମୁଣ୍ଡାଇ ହେବ ସବଡିଭିଜନ !

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇକୁ ରାଜ୍ୟସରକାର ସବଡିଭିଜନ ଭାବେ ଘୋଷଣା କରିବେ । ଏହି ବିଷୟ ରାଜ୍ୟସରକାରଙ୍କର ବିଚାରଧିନ ରହିଛି । ନୂତନ ସବଡିଭିଜନ କରିବା ପାଇଁ ଯେଉଁ ନୂଆ ମାନଦଣ୍ଡ କରାଯାଇଛି ତାହା ହେଲା ଭରତୀୟ ସୁରକ୍ଷା ସଂହିତା ଧାରା୭(୩) ଅନୁଯାୟୀ ରାଜ୍ୟସରକାର ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କରିବାପରେ ଏହାକୁ ସବଡିଭିଜନର ମାନ୍ୟତା ଦିଆଯିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପଟ୍ଟାମୁଣ୍ଡାଇଙ୍କୁ ରାଜସ୍ୱ ସବଡିଭିଜନ କେବେ ହେବ ବିଧାୟକ ଧ୍ରୃବ ସାହୁଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି । ମନ୍ତ୍ରୀଙ୍କ ଉତ୍ତର ପରେ ପଟ୍ଟାମୁଣ୍ଡାଇ ସବଡିଭିଜନ ହେବା ଆଶା ଉଜ୍ୱଳ ହୋଇଛି । ପ୍ରକାଶ ଥାଉକି କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରସ୍ଥଳରେ ଅବସ୍ଥିତ ତଥା ୪ ଗୋଟି ବ୍ଲକର ମୂଖଶାଳା ପଟ୍ଟାମୁଣ୍ଡାଇକୁ ସବଡିଭିଜନ ଘୋଷଣା କରିବା ପାଇଁ ଦୀର୍ଘ ୨ ଦଶନ୍ଧି ଧରି ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ବ୍ୟକ୍ତି ବିଶେଷ ମାନେ ଆନ୍ଦୋଳନ ଚଳାଇ ଆସୁଛନ୍ତି । ଏକାଧିକ ବାର ବିଧାୟକ ଧୃବ ସାହୁ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ପଟ୍ଟାମୁଣ୍ଡାଇକୁ ସବଡିଭଜନ କରିବାକୁ ଦାବି କରିଆସୁଥିଲେ । ୨୦୦୯ ମସିହାରେ ସୀମା ପୂନଃ ନିର୍ଦ୍ଧାରଣରେ ପଟ୍ଟାମୁଣ୍ଡାଇ ବିଧାନସଭା ନିର୍ବାଚନ ମଣ୍ଡଳିକୁ ଉଚ୍ଛେଦ ହେବା ପରେ ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବି ପ୍ରସଙ୍ଗ ଜୋର ଧରିଥିଲା । ପଟ୍ଟାମୁଣ୍ଡାଇକୁ ସବଡିଭିଜନ କରିବା ପାଇଁ ଏହାର ଯଥେଷ୍ଟ ମାପଦଣ୍ଡ ରହିଛି । ଆଳି , ରାଜକନିକା , ରାଜନଗର ଜନସାଧରଣା ମାନେ ପଟ୍ଟାମୁଣ୍ଡାଇ ଦେଇ ଜିଲ୍ଲା ସଦର ମହକୁମାକୁ ଯାଇଥାନ୍ତି । ପଟ୍ଟାମୁଣ୍ଡାଇ ସହର ପୈାରାଚଂଳ ହୋଇଥିବା ବେଳେ ଏଠାରେ ଅତିରିକ୍ତ ଜିଲ୍ଲା ଜଜ୍‌କୋର୍ଟ ଓ ସବଡିଭିଜନ ହସ୍ପିଟାଲ ଆଦି ରହିଛି । ପଟ୍ଟାମୁଣ୍ଡାଇ କୁ ସବଡିଭିଜନ କରାଗଲେ ଏହି ୩ଟି ବ୍ଲକର ଲୋକମାନଙ୍କୁ ବିଭିନ୍ନ କାମ ପାଇଁ କେନ୍ଦ୍ରାପଡା ଆଉ ଯିବକୁ ପଡିବ ନାହିଁ ଏବଂ ୨୦ କିମି ଦୂରତା କମିବ ବୋଲି ଆନ୍ଦୋଳନ କରୁଥିବା ବିଭିନ୍ନ ସଂଗଠନ ମାନେ ସରକାରଙଯକ ନିକଟରେ ଦାବି କରିଆସୁଥିଲେ । ରାଜସ୍ୱ ମନ୍ତ୍ରୀଙ୍କର ଏହି ଉତ୍ତର ପଟ୍ଟାମୁଣ୍ଡାଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି ।