୧୯୯୬ ବ୍ୟାଚର ବନ୍ଧୁମିଳନ
ନାଉଗାଁ: ଅଙ୍ଗେଶ୍ୱର ପଡା ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୬ମସିହା ମାଟ୍ରିକ ବ୍ୟାଚର ଏକ ବନ୍ଧୁମିଳନ ଡେରିକି ଲିମ୍ବ ବନିକା ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ଅତୀତ ସ୍କୁଲ ଜୀବନର ସ୍ମୃତିକୁ ମନେପକାଇ ଭାବବିହ୍ୱଳ ହୋଇଥିଲେ । ଏହି ଉପଲକ୍ଷେ ‘ପିଲାମାନେ ଫେରି ଆସନ୍ତା କି ମୋ ପିଲାଦିନ’ ଏକ ଶୀର୍ଷକ ଆଲୋଚନା ହୋଇଥିଲା । ପ୍ରତେକ ପୁରାତନ ସ୍କୁଲର ଛାତ୍ରଛାତ୍ରୀମାନେ ସ୍କୁଲ ଜୀବନର ଅନୁଭୂତିକୁ ବଖାଣିଥିଲେ । ସ୍କୁଲ ଜୀବନ କିପରି ଅତ୍ୟନ୍ତ ରୋମାଞ୍ଚକର ଓ ସ୍ମୃତି ମଧୁର ଥିଲା ତାହା ଆଲୋଚନା କରିଥିଲେ । ଏହି ବ୍ୟାଚର ପିଲାମାନେ ଅତୀତରେ ଅନେକ ଅସହାୟ ଓ ଦେହ ଖରାପ ଥିବା ବ୍ୟକ୍ତିମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ ତାହା ଜାରି ରହିବ ବୋଲି ସଂକଳ୍ପ ନେଇଥିଲେ । ସ୍କୁଲର ଉନ୍ନତିରେ ସେମାନଙ୍କର ସହଭାଗିତା ରହିବ ବୋଲି ପ୍ରତିଶ୍ରୁତି କରିଥିଲେ । ଯଶୋବନ୍ତ ଲେଙ୍କା, ଅଜିତ ଓଝା, ସୁଶାନ୍ତ ସେଣ, ଦିଲ୍ଲୀପ ବିଶ୍ୱାଳ, ଦିଲ୍ଲିପ ପରିଡା, ପପି ବିଶ୍ୱାଳ, ଉମାକାନ୍ତ ସ୍ୱାଇଁ, ଜ୍ଞାନ ସାହୁ , ଜ୍ଞାନ ବିଶ୍ୱାଳ, ବିନୋଦ ରାଉତ, ମାମି ମହାପାତ୍ରଙ୍କ ସମେତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।