ଜେମ୍ସ ସିନିଅର ସେକେଣ୍ଡାରୀ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

ବ୍ୟାସନଗର : ଗ୍ଲୋରିୟସ ଇଂଲିଶ ମିଡ଼ିୟମ ସିନିଅର ସେକେଣ୍ଡାରୀ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ସ୍କୁଲର ସଭାପତି ଆଡ଼ଭୋକେଟ ଅସ୍ମିତା ପତି, ସେକ୍ରେଟାରୀ ଡ଼କ୍ଟର ଅଭୟ ପତି ଖେଳକୁ ଉଦ୍ଘାଟନ କରିଥିଲେ । ଅତିଥି ଭାବେ ସାମ୍ବାଦିକ ସୁଜିତ ମଲ୍ଲିକ,   ଯାଜପୁର ମିରରର ବାର୍ତ୍ତା ସମ୍ପାଦକ ଦୟାନିଧି ନାୟକ ଯୋଗ ଦେଇ କ୍ରୀଡା ଶିକ୍ଷାର ଏକ ଅଙ୍ଗ ଓ ଶିଶୁର ଶାରୀରିକ, ମାନସିକ ବିକାଶ ନିମନ୍ତେ ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ପ୍ରତିଯୋଗୀମାନଙ୍କୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇଥିଲା । ଖେଳ ଗୁଡିକ ମଧ୍ୟରେ ବେଲୁନ ରେସ, ଚକଲେଟ ରେସ, ବେଙ୍ଗଡିଆଁ, ଲମ୍ବଡିଆଁ,  ଦୌଡ, ଉଚ୍ଚଡିଆଁ, ପୁଟ୍ଟିଙ୍ଗ ସଟ, ଡ଼ିସକସ ଥ୍ରୋ, ରିଲେ ରେସ, ଦୌଡ଼ି ଡିଆଁ, ମ୍ୟୁଜିକ ଚେୟାର ଭଳି ପ୍ରତିଯୋଗିତା ଗୁଡିକ ଦୁଇଦିନ ଧରି ଚାଲିଥିଲା । ଆଜି ଉଦ୍ୟାପନୀ ଉତ୍ସବରେ ସାମ୍ବାଦିକ ହର୍ଷବର୍ଦ୍ଧନ ବେହେରା, ନିତ୍ୟାନନ୍ଦ ମହାଳିକ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ମେଡାଲ ଓ ମାନପତ୍ର ପ୍ରଦାନ କରିଥିଲେ । ପ୍ରତିଯୋଗିତାରେ ଅଗ୍ନି ହାଉସ ଚାମ୍ପିୟନ ଓ ବାୟୁ ହାଉସ ରନର୍ସ ଅପ ହୋଇଥିଲା । ଶେଷରେ ବିଭିନ୍ନ ବିଭାଗରେ ହାଉସ ଗୁଡିକରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ କ୍ରୀଡା ଉତ୍ସବର ଉଦଯାପନ କରାଯାଇଥିଲା । ଉତ୍ସବରେ ବିଭିନ୍ନ ବିଭାଗର ଚମ୍ପିୟାନ ନର୍ସରୀ ସାଇ ସ୍ମିଥ ସାମଲ, ଏଲକେଜି ଶ୍ରୀହନ କୁଣ୍ଡୁ, ୟୁକେଜି ବିନୟ ସାହୁ, ଷ୍ଟାଣ୍ଡଡ଼ ୧-୨ର କୃଷ୍ଣକାନ୍ତ ସ୍ୱାଇଁ ଓ କାଦମ୍ବିନୀ ପୂର୍ତି, ଷ୍ଟାଣ୍ଡଡ଼ ୩-୪ର ସ୍ୱାଗତ ଶ୍ରୀଚନ୍ଦନ ବେହେରା ଓ ସାନଭି ସୁହାନି ଭଞ୍ଜ, ଷ୍ଟାଣ୍ଡାଡ଼ ୫ -୬ର ଅନୁରାଗ ବିଶ୍ୱାଳ ଓ କରିସା ପରିଡା, ଷ୍ଟାଣ୍ଡଡ଼-୭-୮ର ଶୁଭ୍ରାଂଶୁ ପତି ଓ ପ୍ରୀୟାନସି ପ୍ରିୟଦର୍ଶିନୀ ସାହୁ, ଷ୍ଟାଣ୍ଡଡ଼୯-୧୦ର ଆୟୁଷ କୁମାର ଓ ସୃତି କୁମାରୀ ହୋଇ ଚମ୍ପିୟାନ ଟ୍ରଫି ଗ୍ରହଣ କରିଥିଲେ ।  ଖେଳକୁ ଅଧ୍ୟକ୍ଷ ନିରଞ୍ଜନ ପାଣିଗ୍ରାହୀ, ଉପାଧ୍ୟକ୍ଷ ସରୋଜ କୁମାର ସାହୁଙ୍କ ସହ ଶିକ୍ଷକ/ଶିକ୍ଷୟତ୍ରୀ ରଞ୍ଜନ ନାୟକ, ବିମଲ ମିଶ୍ର, ଶ୍ରୀକାନ୍ତ ପାତ୍ର, ବିଶ୍ୱରଂଜନ ଜେନା, ମମତା ନାୟକ, ରୀନା ମହାରଣା, ରଶ୍ମିରେଖା ମଲ୍ଲିକ, ବିଶ୍ୱଜିତ ସାହୁ, ମୋନାଲିଶା ମହାନ୍ତି, ଧର୍ମେନ୍ଦ୍ର ବେହେରା, ରାଧାବଲ୍ଲବ ପାତ୍ର, ସତ୍ୟଭାମା ସାହୁଙ୍କ ସହ କର୍ମକର୍ତ୍ତା ପରିଚାଳନା କରିଥିଲେ ।