ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକ
ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ ନିକୁଞ୍ଜବିହାରୀ ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେର, ବରିଷ୍ଠ ନାଗରିକ ସଂଘ ରାଜ୍ୟ ସଭାପତି ଆଇନଜୀବୀ ମଧୁ ମାଧବ ଜେନା, ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ, ବାଲିଅନ୍ତା ସରପଞ୍ଚ କୃଷ୍ଣ କେଶବ ଆପଟ୍ଟ ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକ୍ ସଭାପତି ଧୀରେନ କର ସ୍ୱାଗତ ଭାଷଣ ଦେଇଥିଲେ । ସମ୍ପାଦକ ଗନ୍ଧର୍ବ ବେହେରା ବୈଠକର ବିବରଣୀ ପାଠ କରିଥିଲେ । ବରିଷ୍ଠ ନାଗରିକ ବିଭିନ୍ନ ସମସ୍ୟାର ସମାଧାନ ସେମାନଙ୍କ ସୁରକ୍ଷା ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଥାନା ଅଧିକାରୀ । ବରିଷ୍ଠ ନାଗରିକ ପାଇଁ ବିଶ୍ରାମଗୃହ କାର୍ଯ୍ୟଳୟ ଯୋଗାଇବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ବରିଷ୍ଠ ନାଗରିକ ସୁରକ୍ଷା ପାଇଁ ଜିଲ୍ଲାସ୍ତରରେ ଉଚ୍ଚିତ୍ ପଦେକ୍ଷପ ନିଆଯିବ ବୋଲି ସଭାପତି ଶ୍ରୀ ଜେନା ଓ ସମ୍ପାଦକ ମତାମତ ଦେଇଥିଲେ । ଶେଷରେ ମୁଖ୍ୟ ଉପଦେଷ୍ଟା ଧନ୍ୟବାଦ ପ୍ରଦାନ କରିଥିଲେ ।