ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟକୁ ସମ୍ବର୍ଦ୍ଧନା

 କେନ୍ଦ୍ରାପଡା  : କେନ୍ଦ୍ରାପଡାର  ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟଙ୍କୁ ଯାତ୍ରା ସଂସ୍କୃତି ସୁରକ୍ଷା ମଞ୍ଚ ତରଫରୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଇଷ୍ଟର୍ଣ ମିଡ଼ିଆର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିଥିବା ଚଇତି ଘୋଡ଼ା ନୃତ୍ୟ ଗୁରୁ ପଦ୍ମଶ୍ରୀ ଉସôବ ଚରଣ ଦାସ, ସମ୍ମାନୀତ ଅତିଥି ଡ ଲଲିତ ନାରାୟଣ ରଥ ଓ ଯାତ୍ରା ସଂସ୍କୃତି ସୁରକ୍ଷା ମଞ୍ଚର ସଭାପତି ଶିବ ନାରାୟଣ ସ୍ୱାଇଁ ଉପସ୍ଥିତ ଥିଲେ । ଆମ କର୍ମ, ଆମ ପରିଚୟ ନାରାରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସାମାଜିକ କର୍ମ ପାଇଁ ଯାତ୍ରା ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ "ଶ୍ରେଷ୍ଠ ସମାଜସେବା ଅନୁଷ୍ଠାନ' ସମ୍ମାନରେ ସମ୍ମାନିତ କରାଯାଇଥିଲା ।