ବସୁନ୍ଧରା ଯୋଜନା : ଦିଆଯିବ ଜମିପଟ୍ଟା ଉଚ୍ଛେଦ ହେବ ଜବରଦଖଲ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜସ୍ୱ ବିଭାଗର ଏକ ସମୀକ୍ଷା ବୈଠକ ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ, ୯ଟି ତହସିଲ ର ତହସିଲଦାର, ଅତିରିକ୍ତ ତହସିଲଦାର, ସୁପର ଭାଇଜର ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ବସୁନ୍ଧରା ଯୋଜନା ରେ ଭୂମିହୀନ ମାନଙ୍କୁ ଚିହ୍ନଟ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ୨ ରୁ ୪ ଡିସିମିଲ ପର୍ଯ୍ୟନ୍ତ ଜମି ପଟା ପ୍ରଦାନ ପାଇଁ ସମୀକ୍ଷା କରିଥିଲେ । ପ୍ରତ୍ୟେକ ଗ୍ରାମ ସର୍ଭେ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ତାଲିକା ପ୍ରସ୍ତୁତ କରିବା ସହ ଜବରଦଖଲ ରେ ଥିବା ଭୂମୀକୁ ଉଦ୍ଧାର କରିବା ଓ ଆବଶ୍ୟକ ସ୍ଥଳେ କୈାଣସି ନିର୍ମାଣ କରାଯାଇ ଥିଲେ, ତାହାକୁ ଭାଙ୍ଗିବା କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରାଯାଇ ଥିଲା । ଚୋରା ଲଘୁ ଖଣିଜ ପଦାର୍ଥ ଚାଲାଣ ରୋକିବା ସହ ଜିଲ୍ଲା ଖଣି ଅଧିକାରୀଙ୍କ ସହ ସମସ୍ତ ତହସିଲଦାର ଚୋରା ବାଲି ପରିବହନ କରୁଥିବା ଯାନ ବାହାନକୁ ଜବତ କରିବା ଓ ଜରିମାନା ଆଦାୟ କରିବା ସଂପର୍କରେ ସରକାରଙ୍କ ନିଦେ୍ର୍ଦଶନାମା ଉପରେ ଆଦେଶନାମା କରା ଯାଇଥିଲା ।