ସିପିଆଇ(ଏମ) ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନୀଳଗିରି: ଭାରତୀୟ କମୁ୍ୟନିଷ୍ଟ ପାର୍ଟି ମାର୍କ୍ସବାଦୀ ନୀଳଗିରି ଆଂଚଳିକ କମିଟି ତରଫରୁ ଉପଜିଲ୍ଲାପାଳଙ୍କୁ  ଚାରି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ରରେ ଅଦିନିଆ ବର୍ଷା ଯୋଗୁଁ ବହୁ ଚାଷୀଙ୍କ ଧାନ କ୍ଷତି ହୋଇଥିବା ଦର୍ଶାଯାଇଛି । ସରକାର ତଦନ୍ତ କରି କ୍ଷତି ପୂରଣ ଦେବା କଥା ଘୋଷଣା କରିଥିଲେ ମଧ୍ୟ ଅଦ୍ୟାବଧି ତଦନ୍ତ ହୋଇନାହିଁ । ତେଣୁ ଯଥାଶୀଘ୍ର ତଦନ୍ତ କରି ଚାଷୀଙ୍କୁ କ୍ଷତି ପୂରଣ ଦେବା ସହ ଦ୍ୱିତୀୟରେ ବର୍ଷା ପୂର୍ବରୁ ଯେଉଁ ଧାନ ଅମଳ ହୋଇଛି ତାହାକୁ ସବୁ ପଞ୍ଚାୟତରେ ସରକାର ମଣ୍ଡି ଖୋଲିଚାଷୀଙ୍କ ଠାରୁ ଧାନ କିଣିବା ନେଇ ଦାବି ରହିଛି । ସର୍ବଦଳୀୟ ତଦାରଖ କମିଟି କରି ସବୁ ପଞ୍ଚାୟତରେ ଧାନ ମଣ୍ଡିରେ ଧାନ କିଣିବାକୁ ଦଳ ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ କଟନୀ, ଛଟନି ବନ୍ଦ କରି ଚାଷିଙ୍କ ସମସ୍ତ ଧାନ କିଣିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ଉକ୍ତ ଚାରି ଦଫା ଦାବିପତ୍ର ନେଇ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ଆଂଚଳିକ କମିଟି ସମ୍ପାଦକ ଜ୍ୟୋତିର୍ମୟ ରାଉତ ପ୍ରମୁଖ ଉପଜିଲ୍ଲାପାଳଙ୍କୁ  ପ୍ରଦାନ କରିଥିବା ଜଣାପଡ଼ିଛି ।