ହାଇଦ୍ରାବାଦ ରଥଯାତ୍ରାରେ ପ୍ରବଚନ ଦେବେ ଜିତୁ
ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାରିଷଦ ଅନ୍ତର୍ଗତ ଘସିପୁରାର ବିଶିଷ୍ଟ ପ୍ରବଚକ ତଥା ଜଗନ୍ନାଥ ସଂସ୍କୃତି ବିଷାରଦ ପଣ୍ଡିତ ଜିତୁ ଦାଶ ଚଳିତବର୍ଷ ହାଇଦ୍ରାବାଦ୍ ରଥଯାତ୍ରା ଅବସରରେ ପ୍ରବଚନ ପ୍ରଦାନ କରିବାକୁ ସ୍ଥିର ହୋଇଛି । ସେଠାକାର ଉକôଳ ସମାଜ ପକ୍ଷରୁ ଏଥିପାଇଁ ତାଙ୍କୁ ନିମନ୍ତ୍ରଣ କରାଯିବା ସହିତ ତିନିଦିନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ରଥଯାତ୍ରା ଦିନଠାରୁ ତିନିଦିନ ସଂଧ୍ୟାରେ ଜଗନ୍ନାଥଙ୍କ ମହିମା ଉପରେ ହିନ୍ଦି ଭାଷାରେ ପ୍ରବଚନ ପ୍ରଦାନ କରିବେ ବୋଲି ଜଣାପଡିଛି । ତାଙ୍କ ସହିତ ସହଯୋଗୀ ଶୁଭଶିଷ ଶତପଥୀ, ବିଦ୍ୟାଧର ବିନ୍ଧାଣୀ, ସନ୍ତୋଷ ପରିଡା, ଜଳଧର ସାହୁ ପ୍ରମୁଖ ସାମିଲ ହେଉଛନ୍ତି ।