ହଷ୍ଟେଲ ଛାତ୍ରଙ୍କ ସନେ୍ଦହଜନକ ମୃତୁ୍ୟ
ବ୍ରହ୍ମପୁର : ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଆଇଆରଇଏଲ ଛକ ନିକଟ ସେଞ୍ଚୁରିଆନ ୟୁନିଭର୍ସିଟିିର ଜଣେ ହଷ୍ଟେଲ ଛାତ୍ରଙ୍କ ସନେ୍ଦହଜନକ ମୃତୁ୍ୟ ଘଟିଛି । ମୃତ ଛାତ୍ର ଜଣଙ୍କ ହେଲେ ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ଗାଁର ଡି. ପୁରୁଷୋତ୍ତମ ରେଡ୍ଡୀ । ସେ ଉକ୍ତ ୟୁନିଭର୍ସିଟିର ହଷ୍ଟେଲରେ ରହି ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ୍ରେ ଟ୍ରେନିଂ ନେଉଥିଲେ । ଏନେଇ ମୋ’ ପୁଅ ପୁରୁଷୋତ୍ତମ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଏବଂ ଏହାର ସମ୍ପୂର୍ଣ୍ଣ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନ ଓ ପୁଲିସ ନିକଟରେ ତାଙ୍କ ମା’ ଡି. ତାରିଣାମ୍ମା ରେଡ୍ଡୀ ଦାବି କରଛନ୍ତି । ଏନେଇ ସେ ଚମାଖଣ୍ଡି ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏନେଇ ଚମାଖଣ୍ଡି ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ବୁଧବାର ଛାତ୍ରଙ୍କ ମୃତଦେହ ବ୍ୟବଛେଦ ହୋଇଥିଲା ।