ସୁରକ୍ଷିତ ଡିଜିଟାଲ ଭବିଷ୍ୟତ ଦିଗରେ ଅଗ୍ରସର ରାଷ୍ଟ୍ର


ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ : ପ୍ରଯୁକ୍ତିଗତ ପ୍ରଗତି ସହିତ ସୃଷ୍ଟି ହେଉଥିବା ବିପଦରୁ ନାଗରିକମାନଙ୍କୁ ସୁରକ୍ଷିତ ରଖିା ଦିଗରେ ସୁଦୃଢ଼ ସାଇବର ବ୍ୟବସ୍ଥା ସହିତ ରାଷ୍ଟ୍ର ନିର୍ମାଣ କରିବାକୁ ପଡ଼ିବ ।
ଭାରତରେ ଦୂରସଞ୍ଚାର ଉପଯୋଗିତା ସହିତ ଜନସାଧାରଣଙ୍କୁ ଯୋଡ଼ିବା ଠାରୁ ଅଧିକ କିଛି କାର୍ଯ୍ୟ ସଂପାଦନ କରୁଛି । ଏହା ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ଉପକରଣ, ଯାହା ବିକାଶ ଧାରା ସହିତ ଜଡ଼ିତ ଲୋକମାନଙ୍କ ଉତ୍ଥାନ ନିମନ୍ତେ ଶତତ କାର୍ଯ୍ୟ କରିଚାଲିଛି । ବିଗତ ଏକ ଦଶନ୍ଧି ମଧ୍ୟରେ, ଦେଶ ଡିଜିଟାଲ ସଂଯୋଗିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ବିଶ୍ୱର ସବୁଠାରୁ ଶସ୍ତା ଡାଟା ମୂଲ୍ୟ ଯୋଗାଣ ସହିତ, ଭାରତରେ ବର୍ତ୍ତମାନ ୯୫୪.୪୦ ନିୟୁତରୁ ଅଧିକ ଇଣ୍ଟରନେଟ୍ ଗ୍ରାହକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୯୮.୩୫ ନିୟୁତରୁ ଅଧିକ ଇଣ୍ଟରନେଟ୍ ଗ୍ରାହକ କେବଳ ଗ୍ରାମୀଣ କ୍ଷେତ୍ରରେ ରହିଥିବା ପରିସଂଖ୍ୟାନରୁ ଜଣାପଡ଼ିଛି । ବିଗତ ଏକ ଦଶନ୍ଧି ମଧ୍ୟରେ ବ୍ରଡ୍ବ୍ୟାଣ୍ଡ୍ ସଂଯୋଗ ସଂଖ୍ୟା ୬୪ ନିୟୁତରୁ ବୃଦ୍ଧି ପାଇ ୯୨୪ ନିୟୁତରେ ପହଞ୍ଚô ସାରିଛି । ଏହି ବ୍ୟାପକ ସଂଯୋଗୀକରଣ କେବଳ ଡିଜିଟାଲ ଅର୍ଥ ବ୍ୟବସ୍ଥା ବୃଦ୍ଧିରେ ସହାୟକ ହୋଇନାହିଁ ଅପରପକ୍ଷେ ଆହୁରି ଅନେକ କ୍ଷେତ୍ରରେ ଦେଶ ଓ ଦେଶବାସୀଙ୍କୁ ଆଗକୁ ଆଗେଇ ନେବାରେ ସହାୟକ ହୋଇଛି । ଡିଜିଟାଲ ଅର୍ଥ କାରବାର ଆମର ମୋଟ ଆର୍ଥିକ ପରିଦୃଶ୍ୟରେ ୧୦ ପ୍ରତିଶତ ଯୋଗଦାନ ଦେଉଛି ।୨୦୨୬ ମସିହା ସୁଦ୍ଧା ଏହି ଯୋଗଦାନ ସାମଗ୍ରିକ ଘରୋଇ ଉତ୍ପାଦ (ଜି. ଡି. ପି.)ର ଏକ ପଞ୍ଚମାଂଶ ଭାଗ ଅର୍ଥାତ୍, ୨୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚôବାର ଆକଳନ କରାଯାଉଛି । ବ୍ୟାଙ୍କିଙ୍ଗ୍ ସେବା, କେ. ୱାଇ. ସି. ସତ୍ୟାପନ, ଡିଜିଟାଲ ପେମେଣ୍ଟ୍ ଏବଂ ମୋବାଇଲ୍ ଆଧାରିତ ପ୍ରମାଣୀକରଣ ଭଳି କାର୍ଯ୍ୟାବଳୀ ଭାରତର ଡିଜିଟାଲ ବିପ୍ଳବର ମୂଳ ଆଧାର ରହିଆସିଛି ଏବଂଏଥିରେ ଜନ ଧନ, ଆଧାର, ମୋବାଇଲ (ଜେ.ଏ.ଏମ.) ଭଳି ତି୍ରବିଧ ସେବାକୁ ସ୍ୱାଭାବିକ ଭାବରେ କାର୍ଯ୍ୟ କରିବାକୁ ପର୍ଯ୍ୟାପ୍ତ ସହାୟତା ମିଳିପାରୁଛି । କେବଳ ୨୦୨୪ ମସିହା ଅକ୍ଟୋବର ମାସରେ ଦେଶରେ ଆଧାର ସମର୍ଥିତ କାରବାର ପ୍ରଣାଳୀ ମାଧ୍ୟମରେ ୧୨୬ ନିୟୁତ ଡିଜିଟାଲ ନେଣଦେଣ ହୋଇଥିବାର ରେକର୍ଡ଼ କରାଯାଇଛି । 
ମୁଖ୍ୟତଃ ଏହି ଡିଜିଟାଲ ବିପ୍ଳବ ଅନେକ ପ୍ରକାର ଜଟିଳ ସମସ୍ୟାମାନଙ୍କୁ ମଧ୍ୟ ଜନ୍ମ ଦେଇ ଚାଲିଛି । ବିଶେଷ କରି, ପ୍ରଯୁକ୍ତିଗତ ପ୍ରଗତି ସହିତ ମୁଣ୍ଡ ଟେକିଥିବା ବିପଦରୁ ଦେଶର ନାଗରିକମାନଙ୍କୁ ସୁରକ୍ଷା ପ୍ରଦାନ କରିବାର ଅଗ୍ନି ପରୀକ୍ଷା । ଆମ ହାତରେ ଉପଲବ୍ଧ ସୁବିଧାର ଏହି ଉପକରଣ ସ୍ପାମ୍ କାଳ,ଘୋଟାଲା ଭଳି ସଂଦେଶ, ଟେଲି ମାର୍କେଟିଂର ଅନୁଚିତ କାଳ, ଫିସିଂ ଦୁର୍ନୀତି, ନକଲି ନିବେଶ ଏବଂ ଋଣ ଆଦି ଅବସର ଭଳି ସାଇବର ଅପରାଧଗୁଡ଼ିକର ଜାଲରେ ମଧ୍ୟ ଘେରି ରହିଛି । 
ଏକ ବିଶେଷ ସଂକଟ ଏବେ ଆମ ସାମ୍ନାକୁ ଆସିଛି । ତାହା ହେଲା: "ଡିଜିଟାଲ ଆରେଷ୍ଟ'ର ଦୁର୍ନୀତି ଆଜି ଚିନ୍ତାଜନକ ମାତ୍ରାରେ ଦେଶରେ ବୃଦ୍ଧି ପାଇବାରେ ଲାଗିଛି । ଏହାର କାର୍ଯ୍ୟ ପ୍ରଣାଳୀ ଅଧୀନରେ ଅପରାଧୀମାନେ ପର୍ଦ୍ଦା ପଛରେ ରହି ସରକାରୀ ଅପରାଧୀମାନଙ୍କ ରୂପରେ ନିଦେ୍ର୍ଦାଷ ବ୍ୟକ୍ତିମାନଙ୍କୁ ଡରାଇ ଧମକାଇ ଚାଲିଛନ୍ତି ଏବଂ ଜୋର ଜବରଦସ୍ତ ସେମାନଙ୍କ ଠାରୁ ଅର୍ଥ ଅସୁଲ କରିଚାଲିଛନ୍ତି । ଏହା ଫଳରେ ବିପୁଳ ଆର୍ଥିକ ହାନି ସହିତ ଏଭଳି ଦୁର୍ଭାଗ୍ୟଜନକ କାର୍ଯ୍ୟ ପ୍ରଣାଳୀ ଲୋକମାନଙ୍କ ଜୀବନଜୀବିକାରେ ବାଧା ପହଞ୍ଚାଉଛି । ଲୋକମାନଙ୍କ ମନରୁ ବିଶ୍ୱାସ ଓ ଆସ୍ଥା ତୁଟି ଯାଉଛି ଏବଂସେମାନଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରିପକାଉଛି ଯାହା ନାଗରିକମାନଙ୍କ ମନରେ ଡିଜିଟାଲ ଅର୍ଥବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଭାବରେ ରହିବା ଏକାନ୍ତ କାମ୍ୟ ଅଟେ । 
ଏହା ସ୍ୱୀକାର୍ଯ୍ୟ ଯେ ମୁଣ୍ଡ ଟେକୁଥିବା ଏଭଳି ବିପଦ ବିରୁଦ୍ଧରେ ତ୍ୱରିତ ପ୍ରତିକ୍ରିୟା ପ୍ରକଟ କରି ଆମର ଅଧିକାରୀମାନେ ପୂର୍ଣ୍ଣ ତତ୍ପରତାର ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ କରିଛନ୍ତି । ସେମାନେ ଜାଲଭାବରେ ଆହରଣ କରାଯାଇଥିବା ମୋବାଇଲ୍ ସଂଯୋଗକୁ କାଟିବାକୁ ସକ୍ଷମ ହୋଇଛନ୍ତି ଏବଂ ୭.୬ ଲକ୍ଷ ଅଭିଯୋଗ ମାଧ୍ୟମରେ ପ୍ରାୟ ୨,୪୦୦ କୋଟି ଟଙ୍କାରୁ ଅଧିକ ହୃତ ରାଶିକୁ ବଞ୍ଚାଇପାରିଛନ୍ତି । ଏହା କେବଳ ଅର୍ଥକୁ ସୁରକ୍ଷିତ କରିବାରେ ସହାୟକ ହୋଇନାହିଁ ଅପରପକ୍ଷେ ଜୀବନସୁରକ୍ଷା ଏବଂ ଜନସାଧାରଣଙ୍କ ସ୍ୱପ୍ନର ସୁରକ୍ଷା ମଧ୍ୟ କରିପାରିଛି । 
ବର୍ତ୍ତମାନ ଯେତେବେଳେ ଡିଜିଟାଲ ସ୍ପେସ୍ର ସୁରକ୍ଷା ନିମନ୍ତେ ନିଜର ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରାଯାଉଛି, ଆମର ନାଗରିକମାନଙ୍କ ସହଯୋଗ ବିନା ଏହା ନିରର୍ଥକ ବୋଲି ପ୍ରମାଣିତ ହେବ । ପ୍ରଧାନମନ୍ତ୍ରୀ (ପି.ଏମ.) ନରେନ୍ଦ୍ର ମୋଦୀ ନିକଟରେ ଆମର ନାଗରିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି-"ରହିଯାଅ, ଚିନ୍ତାକର ଏବଂ କାର୍ଯ୍ୟପନ୍ଥା ଗ୍ରହଣ କର'  । ତାଙ୍କର ଏହି ଆହ୍ୱାନ ଇଣ୍ଟରନେଟ୍ର ପୃଷ୍ଠଭୂମିରେ ବୃଦ୍ଧି ପାଉଥିବା ବିପଦକୁ ରେଖାଙ୍କିତ କରେ ଏବଂ ଏହାର ତାକ୍ରାଳିକତା ଏବଂ ଦୂରଦର୍ଶିତାକୁ ମଧ୍ୟ ପ୍ରଦର୍ଶିତ କରେ । ଏହି ଆହ୍ୱାନ କେବଳ କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧ ବିରୁଦ୍ଧରେ ତାଙ୍କର ପ୍ରତିକ୍ରିୟା ମାତ୍ର ନୁହେଁ, ବରଂ, ଏକ ସତର୍କ ଏବଂ ସକ୍ରିୟ ସମାଜ ନିମାଣ ଦିଗରେ ଏକ ସମର୍ଥ ନିବେଦନ ବୋଲି ବିବେଚନା କରାଯାଇପାରେ । ନିଜର ନିୟମିତ "ମନ୍ କି ବାତ୍' କାର୍ଯ୍ୟକ୍ରମ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏଥି ନିମନ୍ତେ ସମର୍ପିତ ହେଲ୍ପଲାଇନ୍ ୧୯୩୦ ଏବଂ ମଚ୍ଚଭରକ୍ସମକ୍ସସଜ୍ଞର.ଶକ୍ଟଙ୍ଖ.ସଦ୍ଭ ପୋର୍ଟାଲ ମାଧ୍ୟମରେ ସନ୍ଦିଗ୍ଧ ଗତିବିଧିଗୁଡ଼ିକ ସମ୍ପର୍କରେ ରିପୋର୍ଟ କରିବାର ଅନିବାର୍ଯ୍ୟତାକୁ ଦୋହରାଇଛନ୍ତି । ସାଇବର ଅପରାଧୀମାନଙ୍କ ବିରୁଦ୍ଧରେ ସଂଗ୍ରାମରେ ଦେଶର ସଚେତନ ନାଗରିକମାନଙ୍କ ଭାଗିଦାରୀ ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । 
ତଥାପି ସୁଦ୍ଧା ସାଇବର ଅପରାଧୀମାନେ ଅତି ଧୂର୍ତ୍ତ ପନ୍ଥା ଅବଲମ୍ବନ କରି ନୂଆ ନୂଆ ରଣନୀତି ଆପଣାଇ ଚାଲିଛନ୍ତି ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଚ୍ଛନ୍ନ ଢଙ୍ଗରେ ସ୍ଥାନୀୟ ନମ୍ବର (+୯୧-ଙ୍ଘଙ୍ଘଙ୍ଘଙ୍ଘଙ୍ଘଙ୍ଘଙ୍ଘଙ୍ଘଙ୍ଘ ) ମାନ ବ୍ୟବହାର ତଥା ଦୁରୂପଯୋଗ କରି ଚାଲିଛନ୍ତି । କଲିଂ ଲାଇନ୍ ଆଇଡେଣ୍ଟିଟି( ସି.ଏଲ.ଆଇ.)ରେ କରାଯାଉଥିବା ବାକ୍ ଚାତୁରୀପୂର୍ଣ୍ଣ ଏଭଳି ହେରଫେରଯୁ୍କ୍ତ ଏହିସବୁ କଲ୍ଗୁଡ଼ିକୁ ବୈଧ ସ୍ଥାନୀୟ ନମ୍ବର କଲ୍ ରୂପରେ ଛପାଇବାରେ ସକ୍ଷମ ହୋଇପାରିଛନ୍ତି । ଏଥିରେ ଠକାମୀର ପରିଦୃଶ୍ୟ ଆହୁରି ଜଟିଳ ହୋଇ ପଡ଼ିଛି । 
ଦୂରସଞ୍ଚାର ବିଭାଗ (ଡି.ଓ.ଟି) ପକ୍ଷରୁ ସକ୍ରିୟ ରୂପରେ ହସ୍ତକ୍ଷେପ ପୂର୍ବକ ସ୍ୱଦେଶୀ ଭାବରେ ବିକଶିତ ଅନ୍ତଃରାଷ୍ଟ୍ରୀୟ ଇନ୍କମିଂ ସ୍ପୁଫ୍ଡ କଲ୍ ପ୍ରିଭେନ୍ସନ୍ର ଶୁଭାରମ୍ଭ କରିଛନ୍ତି । ଏହି ଉପକରଣ ଏକ ଏଭଳି ବିପଦରୁ ସୁରକ୍ଷା ନିମନ୍ତେ ବେଶ୍ ଉପକାରସିଦ୍ଧ ବୋଲି ସାବ୍ୟସ୍ତ ହୋଇପାରିଛି ଯାହା ୮୬ ପ୍ରତିଶତ ନକଲି କଲ୍କୁ, ଅର୍ଥାତ ପ୍ରତିଦିନ ହାରାହାରି ୧.୩୫ କୋଟି କଲ୍ ରୋକିବାରେ ସକ୍ଷମ ହୋଇପାରିଛି । 
ସାଇବର ସୁରକ୍ଷିତ ଭାରତରେ ଆମର ଦୃଷ୍ଟିକୋଣ କେନ୍ଦ୍ରରେ ନାଗରିକମାନଙ୍କ ଡିଜିଟାଲ ସଶକ୍ତିକରଣ ହିଁ ରହିଛି । ‘ସଂଚାର ସାଥୀ’ ପ୍ଲାଟଫର୍ମ ଏହି ମିଶନର ପ୍ରତୀକ ବୋଲି ବିବେଚନା କରାଯାଇପାରେ,ଯେଉଁଥିରେ ଚକ୍ଷୁ ଭଳି ଉପକରଣ ରହିଛି ଏବଂ ଏହା ଉପଯୋଗକର୍ତ୍ତାମାନଙ୍କୁ ସନ୍ଦିଗ୍ଧ ବାର୍ତ୍ତ, କଲ୍ ଏବଂ ହ୍ୱାଟ୍ସଆପ୍ ଗତିବିଧିମାନଙ୍କ ସମ୍ପର୍କରେ ରିପୋର୍ଟ କରିବାକୁ ସମର୍ଥ ହୋଇପାରିଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଶକ୍ତିର ଫାଇଦା ଉଠାଇ, ଡି.ଓ.ଟି. ୨. ୫ କୋଟିରୁ ଅଧିକ ଠକ ମୋବାଇଲ୍ ସଂଯୋଗର ଠିକଣା କରିପାରିଛି । ଏଥି ସହିତ ୭୧,୦୦୦ ବିକ୍ରେତାଙ୍କୁ ଏଥିପାଇଁ କଳା ତାଲିକାଭୁକ୍ତ କରାଯାଇଛି । ଏହା ବ୍ୟତୀତ ଦୂରସଞ୍ଚାର ସେବା ପ୍ରଦାତା (ଟି.ଏସ.ପି.ଏସ.)ମାନଙ୍କ ମାଧ୍ୟମରେ ୧,୯୦୦ ଅପରାଧୀଙ୍କ ବିରୁଦ୍ଧରେ ପ୍ରାଥମିକ ଅଭିଯୋଗ ଦରଜ କରାଯାଇଛି ।  ଯୁବ, ପ୍ରଯୁକ୍ତି- ପ୍ରେମୀ ଜନସମୁଦାୟଙ୍କ ଉପକାର ସହିତ ଆମେ ବିଦ୍ୟାର୍ଥୀମାନଙ୍କୁ ମଧ୍ୟ କ୍ଷେତ୍ରୀୟସ୍ତରର ଏଭଳି କାର୍ଯ୍ୟକ୍ରମରେ ସାମିଲ କରିଛୁ । ଦେଶବ୍ୟାପୀ କଲେଜରେ ପାଠ ପଢ଼ୁଥିବା ବିଦ୍ୟାର୍ଥୀମାନେ ସଂଚାର ମିତ୍ର ସ୍ୱୟଂସେବକ ରୂପରେ ପଦକ୍ଷେପ ଗ୍ରହଣ କରିଛନ୍ତି । ସେମାନେ ସ୍ୱୟଂସେବକ ସମୁଦାୟମାନଙ୍କ ପର୍ଯ୍ୟନ୍ତ ପହଞ୍ଚôବାରେ ଲାଗିଛନ୍ତି ଏବଂ ‘ସଞ୍ଚାର ସାଥୀ’ ପୋର୍ଟାଲ ମାଧ୍ୟମରେ ଡିଜିଟାଲ ସୁରକ୍ଷା ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତାର ପ୍ରଚାର ଓ ପ୍ରସାର କରିବାରେ ଲାଗିଛନ୍ତି । ଏହି ଯୁବ ସଚେତନ ନାଗରିକମାନଙ୍କୁ ଦୂରସଞ୍ଚାର ଜରିଆରେ କରାଯାଉଥିବା ଏଭଳି ଠକେଇରୁ ରୋକିବା ନିମନ୍ତେ ଉପଲବ୍ଧ ଉପକରଣଗୁଡ଼ିକୁ ଉପଯୋଗ କରିବାରେ ସହାୟତାର ହାତ ବଢ଼ାଇଛନ୍ତି । ୨୦୨୩ ମସିହା ମେ’ ମାସରେ ନିଜର ସ୍ଥାପନା ପରେ ଏହି ସଞ୍ଚାର ସାଥୀ ପୋର୍ଟାଲ ୭.୭ କୋଟି ଭିଜିଟ୍ ହାସଲ କରିବା ସହିତ ପ୍ରତିଦିନ ହାରାହାରି ଦୁଇ ଲକ୍ଷ ଉପଯୋଗକର୍ତ୍ତାଙ୍କୁ ସହାୟତା କରି ଉଲ୍ଲେଖନୀୟ ଲୋକପ୍ରିୟତା ହାସଲ କରିଛି । ଏହି ପୋର୍ଟାଲ୍ ମୋଟ ୧୨ ଲକ୍ଷ ୫୯ ହଜାର ଚୋରି ଏବଂ ହଜିଥିବା ମୋବାଇଲ୍ ଫୋନ୍କୁ ଠାବ କରିବାରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏହି ଧାରଣାକୁ ମଜଭୁତ କରିବା ସହିତ ସାଇବର ରକ୍ଷା ଏବଂ ସୁରକ୍ଷାର ଏକ ସାମୂହିକ ଦାୟିତ୍ୱ ନିର୍ବାହ କରୁଛି । ଏହି ପୋର୍ଟାଲ ନିଜର ଡିଜିଟାଲ ଅନୁଭବର ସୁରକ୍ଷାକୁ ନେଇ ପ୍ରତିବଦ୍ଧ ନାଗରିକମାନଙ୍କ ସକାଶେ ଏକ ଉପଯୋଗୀ ଏବଂ ଆବଶ୍ୟକ ସଂସାଧନରେ ପରିଣତ ହୋଇଛି ।  ସ୍ପାମ୍ କଲ୍, ଅବାଂଛିତ ଏସ.ଏମ.ଏସ ଏବଂ ଟେଲି ମାର୍କେଟିଂର ବିପଦରୁ ରକ୍ଷା ପାଇବା ସକାଶେ ଏକ ନିର୍ଣ୍ଣାୟକ ପ୍ରୟାସ ଅଧୀନରେ, ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦେଶର ନାଗରିକମାନଙ୍କ ସୁରକ୍ଷା ନିମନ୍ତେ ଉତ୍ତରଦାୟୀ ଉପାୟର ଏକ ମଜଭୁତ ଶୃଙ୍ଖଳା ମଧ୍ୟ ପ୍ରବର୍ତ୍ତନ କରିଛି । ଏହିସବୁ ନିୟମଗୁଡ଼ିକୁ ଉଲ୍ଲଙ୍ଘନ ଉପରେ କଠୋର ଦଣ୍ଡ ବିଧାନ ଲାଗୁ କରାଯାଉଛି ଯାହା ଡିଜିଟାଲ ବିଶ୍ୱାସର ଉଲ୍ଲଙ୍ଘନ ପ୍ରତି ଶୂନ୍ୟ ସହନଶୀଳତା ( ଜିରୋ- ଟଲେରାନ୍ସ) ନୀତିର ପରିଚାୟକ ହୋଇପାରିଛି । ଏବେ ସୁଦ୍ଧା,ଟ୍ରାଇ ଅସତ୍ୟାପିତ ପ୍ରଚାରତ୍ମକ କଲ୍ ସହିତ ସଂଲଗ୍ନ ୮୦୦ରୁ ଅଧିକ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ କଳା ତାଲିକାଭୁକ୍ତ କରିସାରିଛି ଯଦ୍ୟପି ୧.୮ ନିୟୁତରୁ ଅଧିକ ନମ୍ବରକୁ ରଦ୍ଦ କରିଦେଇଛି । ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଏସ.ଏମ.ଏ. ସମ୍ବନ୍ଧୀୟ ଠକେଇ ମାମଲା କ୍ଷେତ୍ରରେ ମଧ୍ୟ ଗ୍ରହଣ କରାଯାଇଛି ଯାହା ଅଧୀନରେ ୩୫୦,୦୦୦ ଅପ୍ରଯୁକ୍ତ ଏବଂ ଅସତ୍ୟାପିତ ମେସେଜିଂ ହେଡର ଏବଂ ୧.୨ ନିୟୁତ କଣ୍ଟେଣ୍ଟ୍ ଟେମ୍ପ୍ଲେଟ୍କୁ କଳା ତାଲିକାଭୁକ୍ତ କରାଯାଇ ସାରିଛି ।  ଆମର ସାଇବର ସୁରକ୍ଷା ରଣନୀତି କେନ୍ଦ୍ରରେ ଡିଜିଟାଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ (ଡି.ଆଇ.ପି.) ରହିଛି ଯାହା ୪୬୦ ବ୍ୟାଙ୍କ୍ ଏବଂ ଆଇନ ପ୍ରବର୍ତ୍ତନ ଏଜେନ୍ସିମାନଙ୍କ ସହିତ ୫୨୦ରୁ ଅଧିକ ହିତଧାରକମାନଙ୍କୁଏକଜୁଟ କରିଛି । ଏଭଳି ସହଯୋଗ ରିଅଲ୍ ଟାଇମ୍ (ବାସ୍ତବ ସମୟ)ରେ ସୂଚନା ପ୍ରଦାନ କରିବା ଏବଂ ସାଇବର ବିପଦଙ୍କ ବିରୁଦ୍ଧ ସମନ୍ୱିତ କାର୍ଯ୍ୟପନ୍ଥା ଗ୍ରହଣ ସମ୍ଭବ କରାଇ ପାରିଛି ।  ଦ୍ରୁତ ଗତିରେ ବିକଶିତ ହେଉଥିବା ଏହି ଡିଜିଟାଲ ଯୁଗରେ, ସାଇବର ସୁରକ୍ଷାକୁ ପ୍ରାଥମିକତା ଦେବାଚିନ୍ତା ଧାରା କେବଳ ସାବଧାନତା ଅବଲମ୍ବନ ନୁହେଁ । ବରଂ ଏହା ଆମ ଦେଶର ଡିଜିଟାଲ ଭବିଷ୍ୟତର ସୁରକ୍ଷା ଦୃଷ୍ଟିରୁ ଏକ ଅତ୍ୟାବଶ୍ୟକ ପଦକ୍ଷେପ । ଏକ ସୁଦୃଢ଼ ଡିଜିଟାଲ ସାର୍ବଜନିକ ଭିତ୍ତିଭୂମି ଢାଞ୍ଚା, ପ୍ରଯୁକ୍ତିପ୍ରେମୀ ଯୁବ ଜନସଂଖ୍ୟା ଏବଂ ମଜଭୁତ ସଂସ୍ଥାଗତ ଢାଞ୍ଚା ସହିତ, ଭାରତ ନିଜକୁ ଡିଜିଟାଲ ଇକୋସିଷ୍ଟମ୍ରେ ଏକ ଅଗ୍ରଣୀ ଦେଶ ଭାବରେ ସ୍ଥାପିତ କରିଛି । ଆମେ ଯେତେ ଯେତେ ଏହି ଜଟିଳ ପରିଦୃଶ୍ୟ ଦିଗରେ ଆଗକୁ ଅଗ୍ରସର ହେଉଛୁ, ନିରନ୍ତର ସୁଧାର ଏବଂ ଅନୁକୂଳନଶୀଳତା ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରିଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନର ଅନୁରୂପ କାର୍ଯ୍ୟ କରିବା ସହିତ ଆମେ ଏକ ସୁଦୃଢ଼ସାଇବର ବ୍ୟବସ୍ଥାଯୁକ୍ତ ଭାରତର ନିର୍ମାଣ କରିବା ଯେଉଁଠାରେ ପ୍ରତ୍ୟେକ ନାଗରିକ ଏକ ସୁରକ୍ଷିତ, ସଶକ୍ତ ଏବଂ ଏଭଳି ଡିଜିଟାଲ ଯୁଗରେ ସ୍ୱଚ୍ଛନ୍ଦରେ ଅବସ୍ଥାନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।
 କେନ୍ଦ୍ର ଦୂରସଞ୍ଚାର ତଥା ଉତ୍ତର- ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ମନ୍ତ୍ରୀ,
                      ନୂଆଦିଲୀ