ବିଭିନ୍ନ ଦାବି ନେଇ ଶ୍ରମିକ ସଂଗଠନର ଧର୍ମଘଟ
ବଲାଙ୍ଗିର କେନ୍ଦ୍ର ବିଜେପି ସରକାରଙ୍କ ଜନବିରୋଧିô, ଶ୍ରମିକ, କୃଷକ ବିରୋଧି ନୀତି ବିରୁଦ୍ଧରେ ଦେଶର ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ଫେଡେରେସନ ଆସୋସିଏସନ୍ ଆହ୍ୱାନରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଜାରି ରହିଛି । ଏଆଟିୟୁସି, ଏଆଇୟୁଟିୟୁସି, ଆଇଏନ୍ଟିୟୁସି, ସିଟୁ ମିିଳିତ ମଞ୍ଚ ପକ୍ଷରୁ ଏକ ରାଲି ଆଇନ କଲେଜ ସମ୍ମୁଖରୁ ଯାଇ ଭାଗରଥି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଶ୍ରମିକ କର୍ମଚାରୀ ବିରୋଧି ୪ଟି ଶ୍ରମ କୋଡ୍ ବାତିଲ, ଦୈନିକ କାର୍ଯ୍ୟ ଦିବସ ୮ ଘଣ୍ଟା, ଏମ୍ଏସ୍ପିକୁ ଆଇନ ମାନ୍ୟତା, ପୁରୁଣା ପେନ୍ସନ୍ ଲାଗୁ, ଦରବୃଦ୍ଧି ବନ୍ଦ ଆଦି ୧୭ ଦଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଧର୍ମଘଟରେ ଆଇଏନ୍ଟିୟୁସି ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ଏଆଇଟିୟୁସି ଜିଲ୍ଲା ସଭାପତି ତୀର୍ଥ ପଧାନ, ଏଆଇୟୁଟିୟୁସି ଜିଲ୍ଲା ସଂଯୋଜକ ସୁନିଲ ଭୋଇ, ସିଟୁ ସଂଯୋଜକ ଅନିରୁଦ୍ଧ ମହାପାତ୍ର, ଆଇଏନ୍ଟିୟୁସି ଜିଲ୍ଲା ସମ୍ପାଦକ ବିଦ୍ୟା ଚରଣ ସୁନା, ଏଆଇଟିୟୁସି ସହସମ୍ପାଦକ ସାଏବୁ ନନ୍ଦ, ୟୁଟିୟୁବି ସଂଯୋଜକ ବିଭୁଦତ୍ତ ମିଶ୍ର, ନିଖିଳ ଓଡ଼ିଶା ଆଶାକର୍ମୀ ଜିଲ୍ଲା ସମ୍ପାଦିକା ଓମି ଗୁପ୍ତା, ବଲାଙ୍ଗିର ବ୍ଲକ୍ ସଭାପତି ମମତା ବାଗ, ସମ୍ପାଦିକା ବାସନ୍ତି ସେଠ, ଲୋଇସିଂହା ବ୍ଲକ ସଭାପତି ମାଧବୀ ବେହେରା, ସମ୍ପାଦିକା କଲ୍ୟାଣୀ ସାହୁ, ବଲାଙ୍ଗିର ସହରାଞ୍ଚଳ ସଭାପତି ଦମୟନ୍ତୀ ମହାନନ୍ଦ, ସମ୍ପାଦକ ପ୍ରଭାସିନୀ ରାଏ, ଉପସଭାପତି ସଞ୍ଜୁ ବାଗ, ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ଜିଲ୍ଲା ସମ୍ପାଦିକା ମାଧବୀ କଲତା, ସଭାପତି ପାଣ୍ଡବ ଭୋଇ, ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ଜିଲ୍ଲା ସଭାପତି ଗୋପାଳ ଭୋଇ, ଅର୍ଜୁନ ଖେର୍ସେଲ, କମଲ ଲୋଚନ ଭୋଇ, ଓଡ଼ିଶା ଫରେଷ୍ଟ ଉଡ୍ ନିର୍ମାଣ ସଂଘ ଜିଲ୍ଲା ସଭାପତି ଜଗବନ୍ଧୁ ବେହେରା, ବନିତା ପଟେଲ, ପୁରୁଷୋତ୍ତମ କର୍ମୀ, ନିଖିଳ ଓଡ଼ିଶା ଗ୍ରାମ ପଞ୍ଚାୟତ ରାଜ୍ୟ ସମ୍ପାଦକ ବିଦୁର କୁମ୍ଭାର, ଜିଲ୍ଲା ସମ୍ପାଦକ ଶ୍ୟାମ ପଟେଲ, ବନିତା ସାହୁ, ପଦ୍ମାବତୀ ସା, ମିନାକ୍ଷୀ ଜେନା, ପଦ୍ମାବତୀ ଥପା, ସଂଯୁକ୍ତା ବେହେରା, ମୁକ୍ତା ଉଦୁରକୁଲିଆ, ମହେନ୍ଦ୍ରୀ ସାହୁ, ସଂଯୁକ୍ତା କାଲସାଏ, ସୀତା ହୋତା, ସୁରୁଚି ମିଶ୍ର, ବିଳାସିନି ବାରିକ, ଆଶା ଦିପ, ସୁଜାତା ବିଶ୍ୱାଳଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।
ସୋର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଏବଂ ସ୍ୱାଧୀନ ଫେଡେରେସନମାନଙ୍କ ଦ୍ୱାରା ସାଧାରଣ ଧର୍ମଘଟ ସୋରରେ ଅନୁଷ୍ଠିତ ହୋଇଯାଇଛି । ଏଆଇଟିୟୁସି ଏବଂ ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ସଦସ୍ୟମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଆନେ୍ଦାଳନକାରୀମାନେ ପିକେଟିଙ୍ଗ କରି ସମସ୍ତ ବ୍ୟାଙ୍କ୍, ପୋଷ୍ଟ ଅଫିସ, କୋର୍ଟ, ବ୍ଳକ ଅଫିସ ଆଦି ବନ୍ଦ କରିଥିଲେ । ଏହି ଦାବିରେ ୪ ଗୋଟି ଶ୍ରମ କୋଡ୍ ବାତିଲ, ଦରଦାମ ବୃଦ୍ଧି ରୋକିବା, ବେକାରୀଙ୍କୁ ନିଯୁକ୍ତି, ନୂତନ କୃଷି ଆଇନ ପ୍ରତ୍ୟାହାର ଆଦି ୧୭ ଦଫା ଦାବି ନେଇ ଧର୍ମଘଟ ଡାକରା ଦିଆଯାଇଛି । ଏଆଇଟିୟୁସି ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ମାୟାଧର ନାୟକ, ଭାରତୀୟ କମୁ୍ୟନିଷ୍ଟ ପାର୍ଟି ଜିଲ୍ଲା ସହ ସମ୍ପାଦକ ଅନାମ ପ୍ରସାଦ ବାରିକ, ସୋର ସମ୍ପାଦକ ଶଶୀକାନ୍ତ ପଣ୍ଡା, ବିପିନ ବିହାରୀ ବାରିକ, ସୀତାରାମ ସାହୁ, ସୁରେନ୍ଦ୍ର ପ୍ରସାଦ ମହାର୍ଣ୍ଣା, ରମେଶ ପୁହାଣ, ଗଙ୍ଗାଧର ସାହୁ, ପ୍ରଶାନ୍ତ ଦାସ, ଆରତୀ ଦାଶମହାପାତ୍ର, ପୂର୍ଣ୍ଣିମା ସି, ଅର୍ଣ୍ଣପୂର୍ଣ୍ଣା ପ୍ରଧାନ, ସୁରେନ୍ଦ୍ର ପ୍ରସାଦ ବେହେରା, ଶରତ ମହାରଣା ପ୍ରଭୃତ ଧର୍ମଘଟର ନେତୃତ୍ୱ ନେଇଥିବା ବେଳେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି, ଉଠା ଜଳସେଚନ ନିଗମ, ଅଙ୍ଗନାୱାଡି, ପାଚିକା, ଆଶାକର୍ମୀ ବ୍ୟାଙ୍କ, ପୋଷ୍ଟାଲ କର୍ମଚାରୀମାନେ ସହଯୋଗ କରିଥିଲେ ।
ରାଇଘର ବିଭିନ୍ନ ଟ୍ରେଡ୍ ୟୁନିଅନ ମିଳିତ ମଞ୍ଚ, ସଂଯୁକ୍ତ କିଷାନ ମୋର୍ଚ୍ଚା, କୃଷକ ସଙ୍ଗଠନ, କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଦ୍ୱରା ୧୨ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି । ଶ୍ରମିକ, କୃଷକ, ଛାତ୍ର, ଯୁବକ, ଆଦିବାସୀ, ଦଳିତ, ସଂଖ୍ୟାଲଘୁ, ବ୍ୟବସାୟୀ ମାନଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷା, ପାଚିକାଙ୍କ ଦରମା ବୃଦ୍ଧି ସହ ପେନ୍ସନ୍ ବ୍ୟବସ୍ଥା, ଜୀବନ ଜୀବିକା ସୁରକ୍ଷା ସମ୍ମାନର ସହ ବଞ୍ଚିବାର ଅଧିକାରକୁ ଦାବି କରି ଧର୍ମଘଟ ଡାକରା ଦିଆଯାଇଛି । ଶାନ୍ତି ଶୃଙ୍ଖଳାରେ ୧୨ ଘଣ୍ଟିଆ ଭାରତ ବନ୍ଦ ସଫଳ ହୋଇଥିଲା । ରାଇଘର ମୁଖ୍ୟ ବଜାର ର ପ୍ରତ୍ୟେକ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ଥିଲା । ଜୟପୁରରୁ ରାଇଘର ଓ ରାଇଘରରୁ ଛତିଶଗଡ଼ ଯିବା ରାସ୍ତା ଅବରୋଧ ସହ ଜରୁରୀକାଳୀନ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ ପରିବହନ ସେବା ବନ୍ଦ କରିଦିଆଯାଇଥିଲା । ବ୍ଲକ ବନ୍ଦ ଡାକରାରେ କଂଗ୍ରେସ ସାମିଲ ହୋଇଥିଲା । ଏଥିରେ ବ୍ଲକ କଂଗ୍ରେସ ସଭାପତି ସନରାଜ ଗଣ୍ଡ, ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ଜିଲ୍ଲା ସଭାପତି ତିଳକ ଗଣ୍ଡ, ସମ୍ପାଦକ ଉଷାରାଣୀ କଲାର, ବ୍ଲକ ସଭାପତି ଚଞ୍ଚଳା ଗଣ୍ଡ, ଉପସଭାପତି ଶୁକରାମ ଗଣ୍ଡ, ସମ୍ପାଦକ ସାଧୁରାମ କଲାର, ସଦସ୍ୟ ରୁକ୍ମିଣୀ ଗଣ୍ଡ, ରାଧା ଗଣ୍ଡ, କୁମାରୀ ଗଣ୍ଡ, ଜଳନ୍ଦର ଗଣ୍ଡ, ରମେଶ ଗଣ୍ଡ, ରବୀନ୍ଦ୍ର ଗଣ୍ଡଙ୍କ ସମେତ ବିଭିନ୍ନ କର୍ମକର୍ତ୍ତା ଯୋଗ ଦେଇଥିଲେ ।
ମାଲକାନଗିରି ସାରା ଭାରତରେ ଟ୍ରେଡ୍ ୟୁନିଅନ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଧର୍ମଘଟ ଜାରି ରହିଛି । ଏହାକୁ ନେଇ ମାଲକାନଗିରି ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରାଯାଇଥିବା ବେଳେ ଜିଲ୍ଲା ସଦରରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲା ସଦର ବସ୍ଷ୍ଟାଣ୍ଡ ଠାରେ ମୋଟ ୧୭ ଗୋଟି ଦାବି ନେଇ ଏହି ବିକ୍ଷୋଭ ହୋଇଥିଲା । ଏଥିରେ ୪ଟି ଲେବର କୋଡ୍ ବାତିଲ, ନୂତନ ଶ୍ରମ ଆଇନ ସଂଶୋଧନ ବାତିଲ, ଠିକା କର୍ମଚାରୀ, ପାଚିକା, ଆଶା କର୍ମୀ ମାନଙ୍କୁ ୨୬ ହଜାର ଦରମା, ସରକାରୀ ଚାକିରିର ମାନ୍ୟତା, ୮ ଘଣ୍ଟା କାର୍ଯ୍ୟ କରିବା ଆଦି ଦାବି ରହିଛି । ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଆଶା, ଅଙ୍ଗନୱାଡ଼ି ଭଳି ବିଭିନ୍ନ ସଙ୍ଗଠନ ସାମିଲ ଥିଲେ । ଘରୋଇ ବସ ଚଳାଚଳ ବନ୍ଦ ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥିରେ ସିଆଇଟିୟୁର ଜିଲ୍ଲା ସଭପତି ବ୍ରଜ ମାଝୀ, କୃଷକ ମୋର୍ଚ୍ଚା ଭୁପେଶ କର୍ମକାର, ଏଆଇଟିୟୁସି ଜିଲ୍ଲା ସମ୍ପାଦକ ଦୂର୍ଗା ମହାନନ୍ଦିଆ, ଆଇଏନ୍ଟିୟୁସି ଜିଲ୍ଲା ସମ୍ପାଦକ ହାରେନ ମଣ୍ଡଳ ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ ।
ସମ୍ବଲପୁର ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସ୍ୱାଧୀନ ଫେଡେରେସନମାନଙ୍କ ମିଳିତ ମଞ୍ଚର ଡାକରାରେ ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା । ସମ୍ବଲପୁର ଶ୍ରମିକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଅନୁଷ୍ଠିତ ବିକ୍ଷୋଭ ଯୋଗୁ ବ୍ୟାଙ୍କ୍, ବୀମା ପ୍ରଭୃତି ଆର୍ଥôକ ପ୍ରତିଷ୍ଠାନରେ ସ୍ୱାଭାବିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ବରିଷ୍ଠ ଶ୍ରମିକ ନେତା ବିଜୟ ମହାନ୍ତି, ଗଦାଧର କୁଅଁର, ଗୋକୁଳ ମେହେର, ସଞ୍ଜିତ ମହାନ୍ତି, ଏନ୍ ଗୋପାଳ, ମହେଶ୍ୱର ଷଣ୍ଢ, ଲଳିତ ପଟ୍ଟନାୟକ, ସରୋଜିନୀ ଆଚାର୍ଯ୍ୟ, ପ୍ରଣୟ ନାୟକ, ଚୁମନ ପ୍ରଧାନ, ସୁଶାନ୍ତ ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ୱରେ ଏକ ପଟୁଆର ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୧୭ ଦଫା ଦାବି ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଆଇଏଲ୍ସି ଓ ଓପିଏସ୍ ଲାଗୁ, ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା ପ୍ରଦାନ କରିବା, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା, ବିଭିନ୍ନ କୃଷିଜାତ ଦ୍ରବ୍ୟ ଓ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣକୁ ଆଇନ୍ ପରିସରଭୁକ୍ତ, ଜୀବନ ବୀମା ଓ କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ପ୍ରଭୃତି ଦାବି ନେଇ ଏହି ଧର୍ମଘଟ କରାଯାଇଛି ବୋଲି ହିନ୍ଦ୍ ମଜଦୂର ସଭାର ସଞ୍ଜିତ ମହାନ୍ତି କହିଛନ୍ତି । ଏଥବରେ ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇଟିୟୁସି, ଇନ୍ଟକ, ଅଖିଳ ଭାରତ ବ୍ୟାଙ୍କ କର୍ମଚାରୀ ଏସୋସିଏସନ୍ ସାମିଲ ଥିଲେ । ବ୍ୟାଙ୍କ୍, ଜୀବନ ବୀମା, ସାଧାରଣ ବୀମା, ଡାକ, ସଞ୍ଚାର ନିଗମ ଏବଂ ମେଡିକାଲ ରିପ୍ରେଜେଣ୍ଟେଟିଭମାନେ ବିକ୍ଷୋଭ କରିଥିଲେ । ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଏକ ପ୍ରତିବାଦ ସଭାରେ ଶ୍ରମିକ ବିରୋଧୀ ଓ ପୁଞ୍ଜିପତି ଓ ଶିଳ୍ପପତି ମାଲିକମାନଙ୍କ ସପକ୍ଷବାଦୀ ୪ଟି ଶ୍ରମ କୋଡ୍ର ପ୍ରତ୍ୟାହାରକୁ ଶ୍ରମିକ ନେତାମାନେ ବିରୋଧ କରିଥିଲେ ।
ବାଲେଶ୍ୱର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସମସ୍ତ ସ୍ୱାଧୀନ ଜାତୀୟ ଫେଡେରେସନ୍ ଆହ୍ୱାନରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ହୋଇଛି । ରେଳଧାରଣା ଉପରେ ବିକ୍ଷୋଭ ଫଳରେ ଟ୍ରେନ୍ ଯାତାୟତରେ ବିଳମ୍ବ ହୋଇଥିଲା । ଆନେ୍ଦାଳନକାରୀମାନେ ବାଇକ ଶୋଭାଯାତ୍ରାରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନଙ୍କୁ ଭେଟି ବନ୍ଦରେ ସାମିଲ ହେବାପାଇଁ ଅନୁରୋଧ କରିଥିଲେ । ଦୌରାଜଜ୍ କୋର୍ଟ ଫାଟକ ସମ୍ମୁଖରେ ଶତାଧିକ ଆନେ୍ଦାଳନକାରୀ ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବାରୁ ବିଚାରପତି ଓ କର୍ମଚାରୀମାନେ କୋର୍ଟ ପରିସରକୁ ପ୍ରବେଶ କରିପାରି ନ ଥିଲେ । ପୌର କାର୍ଯ୍ୟାଳୟ, ସମସ୍ତ ଜାତୀୟକରଣ ବ୍ୟାଙ୍କ୍, ମୁଖ୍ୟ ଡାକଘର, ଟେଲିଫୋନ୍ ଭବନ ସମେତ ସହରରେ ଥିବା ସମସ୍ତ ଶାଖା ଡାକଘର, ଆରଏମ୍ଏସ୍, ଜିଲ୍ଲା ଶ୍ରମ ଦପ୍ତର, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପ୍ରଭୃତି ବନ୍ଦ ରହିଥିଲା । ସହର ଉପକଣ୍ଠରେ ଥିବାସମସ୍ତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା ଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ଥିଲା । ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯିବା ଫଳରେ ଉଭୟ ଦିଗକୁ ମାଇଲ ମାଇଲ ଧରି ଯାନବାହନ ଗୁଡ଼ିକ ଅପରାହ୍ନ ପର୍ଯ୍ୟନ୍ତ ଅଟକି ରହିଥିଲା । ଏହି ବନ୍ଦ ପାଳନ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା । ସାଧାରଣ ଧର୍ମଘଟରେ ଶ୍ରମିକ-କର୍ମଚାରୀମାନଙ୍କ ମିଳିତମଞ୍ଚ ପକ୍ଷରୁ ଅଧ୍ୟକ୍ଷ ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ ମାନଙ୍କ ପକ୍ଷରୁ ଭାଗବତ ପ୍ରତିହାରୀ, ରାଜକିଶୋର ଲେଙ୍କା, ଶ୍ୟାମସୁନ୍ଦର ଜେନା, ଅରୁଣ ସ୍ୱାଇଁ, ପିତାମ୍ବର ମାଝୀ, ବାସନ୍ତୀ ସାମଲ, ରାଜେନ୍ଦ୍ର ଜେନା, ଜୟନ୍ତ ଦାସ, ନିରାକାର ପାଣ୍ଡବ, ରବୀନ୍ଦ୍ର ବେହେରା, ସର୍ବେଶ୍ୱର ମିଶ୍ର, ଲକ୍ଷ୍ମୀଧର ଗିରି, କୃଷକ ସଂଗଠନ ପକ୍ଷରୁ ନିର୍ମଳ ନାୟକ, ଅରୁଣ ଜେନା, ନିରଞ୍ଜନ ବେହେରା, ସୀତାଂଶୁ ସେନାପତି, ପ୍ରେମରଞ୍ଜନ ପାତ୍ର, ଈଷାଣୀ ଷଡ଼ଙ୍ଗୀ, ବନ୍ଦନା ପାତ୍ର, ପ୍ର୍ରଭାବତୀ ଦାସ, ମୃତୁ୍ୟଞ୍ଜୟ ରାଉତ, ପ୍ରତିଭା ପାଲ, ତପନ ସିଟ୍, ଅରୁଣ ମଣ୍ଡଳ, ନାରାୟଣ ପାଣିଗ୍ରାହୀ, ଆଶୁତୋଷ ପରିଡ଼ା, ରସାନନ୍ଦ ଦାସ, ଭରତ ସେଠୀ, ଶରତ ଦଳେଇ ପ୍ରମୁଖ ନେତୃତ୍ୱ ନେଇଥିଲେ । କଂଗ୍ରେସ ଜିଲ୍ଲା ସଭାପତି ସଞ୍ଜିବ ଗିରି, ସରୋଜ ଲେଙ୍କା, ପୀର ପାଢ଼ୀ, କହ୍ନେଇ ଦାସ, ପ୍ରାକ୍ତନ ବିଧାୟକ ସୁଦର୍ଶନ ଜେନା, ସୁଧାଂଶୁ ପରିଡ଼ା, ସ୍ୱରୂପ ଦାସ, ବାଲେଶ୍ୱର ବାର୍ ଆସୋସିଏସନ୍ ପୂର୍ବତନ ସଭାପତି ମନୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ନୀଳଗିରି କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ତଥା ରାଷ୍ଟ୍ର ବିରୋଧୀ ଏବଂ କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ବିରୋଧକରି ବିଭିନ୍ନ ଦାବି ନେଇ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ଏହାର ସହଯୋଗୀ ସଙ୍ଗଠନ ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଥିଲା । ଏହି କ୍ରମରେ ବାଲେଶ୍ୱର ଜିଲ୍ଲା ସେରଗଡ଼- ଝରଣାଘାଟି ୧୯ ନଂ ରାଜ୍ୟରାଜପଥର ନୀଳଗିରି ବାଇପାସ୍ ଛକ ଓ ମିତ୍ରପୁର ଠାରେ ବିଜେଡି, କଂଗ୍ରେସ, ସିପିଆଇ ଏବଂ ସିପିଆଇ(ଏମ୍) ଦଳର ନୈତିକ ସମର୍ଥନରେ ରାସ୍ତା ଅବରୋଧ ସହ ପିକେଟିଂ କରାଯାଇଥିଲା । ଡାକ୍ତରଖାନା ଭଳି ଅତ୍ୟାବଶ୍ୟକ କାର୍ଯ୍ୟାଳୟକୁ ଛାଡ଼ି ଦେଲେ ଦୋକାନ ବଜାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, କୋର୍ଟ ଓ ବ୍ୟାଙ୍କ ବନ୍ଦ କରାଯାଇଥିଲା । ନୂତନ ଶ୍ରମକୋଡ୍ ବାତିଲ, ବେକାରୀଙ୍କୁ ନିଯୁକ୍ତି, ଚାଷୀମାନଙ୍କୁ ଏମ୍ଏସ୍ପି ପ୍ରଦାନ, ସ୍କିମ ୱାର୍କର୍ସମାନଙ୍କୁ ସରକାରୀ ମାନ୍ୟତା ଆଦି ଦାବି ନେଇ ଚାରିଦଳର ନେତାମାନେ ନିଜର ମତ ଦେଇଥିଲେ । ବିଜେଡିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ବରିଷ୍ଠ ସାମ୍ୟବାଦୀ ନେତା କୈଳାସ ପଣ୍ଡା, ସିପିଆଇ ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, କଂଗ୍ରେସ ବ୍ଲକ ସଭାପତି ମନୋରଞ୍ଜନ ପଣ୍ଡା, ଏନ୍ଏସି ସଭାପତି ଉପେନ୍ଦ୍ର ବେହେରା, ସିପିଏମ୍ ଜୋନ ସମ୍ପାଦକ ବିଜୟ ପାତ୍ର, ସତ୍ୟଜିତ୍ ଦାସ, ରବୀନ୍ଦ୍ର ପରିଡ଼ା, ଦିବାକର ବାରିକ, ଗଙ୍ଗାଧର ମିଶ୍ର, ବୁଦ୍ଧଦେବ ସରକାର, ରବୀନ୍ଦ୍ର ପରିଡ଼ା, ସିପିଆଇ ଜୋନ ସମ୍ପାଦକ ବିଜୟ କୁମାର, ସିଆଡ଼ିମାଳ ସମିତିସଭ୍ୟ ରାଜୀବ ଦାସବାବୁ, କିଷାନ କଂଗ୍ରେସ ରାଜ୍ୟ ଉପସଭାପତି ଯଶୋଦା ନନ୍ଦନ ସିଂହ, ବରିଷ୍ଠ ଆଇନଜୀବୀ ଗୌରହରୀ ବେହେରା, ନାରୀନେତ୍ରୀ ଗାୟତ୍ରୀ ପଣ୍ଡା, ବାସନ୍ତୀ ନାୟକ, ବିକ୍ରମ ମିଶ୍ର, ହରେକୃଷ୍ଣ ପଣ୍ଡିତ, ଯୋଗେଶ୍ୱର ବେହେରା, ଦେବେନ୍ଦ୍ର ବେହେରା, ଷ୍ଟାଲିନ ମିଶ୍ର, ଭାଗିରଥି ବେହେରା, ଚିନ୍ମୟ ମହାପାତ୍ର, ଚନ୍ଦନ ମଲ୍ଲିକ, ସଞ୍ଜୟ ବେହେରା, ଜୟକୃଷ୍ଣ ପାତ୍ର, ଅମରେନ୍ଦ୍ର ନାୟକ, କୁନା ଲେଙ୍କା, ସୁରେନ୍ଦ୍ର ମହାପାତ୍ର ଏବଂ ପାଚିକା ସଂଘ ସାଥିମାନେ ସାମିଲ ଥିଲେ ।