ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲ ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିସôାଧିକାରୀ ଡା ନିରାକାର ପରିଡାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ସମାଜର ତଳପାହାଚରେ ଥିବା ପ୍ରତ୍ୟେକ ଲୋକ ନିକଟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ସମାଜସେବୀ ବୁଢା ଲେଙ୍କା ରୋଗୀ କଲ୍ୟାଣ ସମିତି ସଦସ୍ୟ ଅକ୍ଷୟ ସାହୁ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁମନ୍ତ ପାତ୍ର, ପୂର୍ବତନ କାଉନ ସିଲର ମଳୟ ମଲିକ,ଦିଲ୍ଲୀପ ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମାଜସେବୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଏଇ ଅବସରରେ ଏକ ବିଶେଷଜ୍ଞ ଡାକ୍ତର ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ଶିଶୁ ରୋଗ ବିଶେଷଜ୍ଞ ଡା ପ୍ରଶାନ୍ତ ଜେନା, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା ଅନୁଜା ଜେନା, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା ଅଭିଷେକ ଦ୍ୱିବେଦୀ, ଦନ୍ତ ରୋଗ ବିଶେଷଜ୍ଞ ଡା ପ୍ରଦୁ୍ୟମ୍ନ ପଣ୍ଡା, ଚକ୍ଷୁ ଟେକ୍ନିସିଆନ ସୁଧାଂଶୁ ନାୟକ ପ୍ରମୁଖ ଯୋଗ ଦେଇ ରୋଗୀ ଚିକିସôା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଗୌରାଙ୍ଗ ଗିରି ଓ ଡା ଅଶୋକ ନାୟକ ଯୋଗ ଦେଇଥିଲେ । ଏ ଥିରେ ମାନସିକ ରୋଗ, ଏନ ସି ଡି, ଯକ୍ଷ୍ମ ।ରୋଗ ,କୁଷ୍ଠ ରୋଗ ଆଦି ପରୀକ୍ଷା କରାଯାଇଥିଲା ।