ଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ
ଆସିକା : ଆସିକାର ବିଭିନ୍ନ ଆଡପ ମଣ୍ଡପରେ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶର ଦର୍ଶନ କଲେ ଶ୍ରଦ୍ଧାଳୁ । ଘୋଷଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ରନô ସିଂହାସନ ଛାଡି ଗୁଣ୍ଡିଚା ମନ୍ଦିର ଅଭିମୁଖେ ନବ ଦିନ ଧରି ଯାତ୍ରା କରିବାକୁ ଆସିଛନ୍ତି । ଗତକାଲି ରାତ୍ରିରେ ପଣ୍ଡା ପୂଜାରୀମାନେ ରଥରୁ ଚାରମାଳ ଫିଠାଇ ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ବିଜେ କରାଯାଇଥିଲା । ଆଜି ସକାଳୁ ଦ୍ୱାର ଫିଠା, ମଙ୍ଗଳ ଆରତୀ, ରୋଷ ହୋମ, ମଇଲାମ, ଅବକାଶ, ତଡପ ଲାଗି, ମଧ୍ୟାହ୍ନ ଧୂପ ପରେ ଜଗନ୍ନାଥଙ୍କୁ ମତ୍ସ୍ୟ ଅବତାରରେ ସୁସଜ୍ଜିତ କରାଯାଇଥିଲା । ମନ୍ଦିର ପୂଜକ ଉପେନ୍ଦ୍ର ନାଥ ଦାସ, ନୀଳମଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୂଜା, ଭୋଗ, ଆରତୀ, ବେଶ କରିଥିଲେ । ସେହିପରି ଚିନି ଶିଳ୍ପ ନୂଆଗାଁ ଜଗନ୍ନାଥ ମନ୍ଦିରର ଆଡପ ଘରେ ମଧ୍ୟ ମତ୍ସ୍ୟ ଅବତାର ବେଶରେ ହଜାର ହାଜର ଶ୍ରଦ୍ଧାଳୁ ଦର୍ଶନ ଲାଭ କରିଥିଲେ । ଏହି ଅବସରରେ ମନ୍ଦିର ପକ୍ଷରୁ ଦୁର୍ଗା ମଣ୍ଡପ ଠାରେ ଜଗନ୍ନାଥ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଶାନ୍ତିଶୃଙ୍ଖଳା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।