ଆଠମଲ୍ଲିକରେ ତ୍ରିରଙ୍ଗା ଶୋଭାଯାତ୍ରା

 ଆଠମଲ୍ଲିକ  : ଆଠମଲ୍ଲିକରେ ଆଜି ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେପିର ଦଳୀୟ ନେତା, କର୍ମକର୍ତ୍ତା, ଦଳୀୟ ବହୁ ମହିଳା ଓ ପୁରୁଷ ସ୍ଥାନୀୟ ବସଷ୍ଟାଣ୍ଡସ୍ଥିତ ହନୁମାନ ମନ୍ଦିର ନିକଟରୁ ଏକ ଶୋଭଯାତ୍ରାରେ ବାହାରି ଆଠମଲ୍ଲିକ ସହର ପରିକ୍ରମା କରିଥିଲେ । ଦେଶ  ସୀମାପାର ଆତଙ୍ଗ ବାଦୀକୁ ମୂଳପୋଛ କରିବା ଲକ୍ଷ୍ୟରେ ଅପରେସନ ସିନ୍ଦୁର ସଫଳ ହୋଇଥିବା ବେଳେ, ବୀର ଯବାନଙ୍କ ବଳିଷ୍ଠ ବୀରତ୍ୱକୁ ସମ୍ମାନ ଜଣାଇବା ତଥା ଉସôାହିତ କରିବାର ବାର୍ତ୍ତା ପ୍ରଚାର ପ୍ରସାର କରିଥିଲେ । ଏହି ଶୋଭାଯାତ୍ରାରେ ଅବସରପ୍ରାପ୍ତ ସେନା କର୍ମଚାରୀ, ଜିଲ୍ଲା  ବିଜେପି ସଭାପତି ଆଭାପତି ଯଯାତି ପଟନାୟକ, ବରିଷ୍ଠ ବିଜେପି ନେତା ସଂଜୀବ ସାହୁ, ରମେଶ ସାଏ, ଅର୍ଜୁନ ସାହୁ, ସାଂସଦଙ୍କ ଏନଏସି ପ୍ରତିନିଧି ସନ୍ତୋଷ ହୋତା, ବ୍ଲକ ପ୍ରତିନିଧି ପ୍ରକାଶ ସାହୁ ପ୍ରମୁଖ ବହୁ ଦଳୀୟ କର୍ମୀ ଓ କର୍ମକର୍ତ୍ତା ଯୋଗଦାନ କରିଥିଲେ  ।