ଶ୍ରୀ ଜଗନ୍ନାଥ କମୁ୍ୟନିଟି ସେଣ୍ଟରର ସ୍ଥାନ ପରିବର୍ତ୍ତନ ଘଟଣା ଅଭିଯୋଗକାରୀକୁ ଆକ୍ରମଣ

 ଧାମନଗର : ସରକାରୀ ରାସ୍ତାରେ ବେଆଇନି ଭାବେ ମନ୍ଦିର କାମ ପାଇ ଆସିଥିବା ଟଙ୍କାକୁ ବିନି ଯୋଗ କରି ଏକ କମୁ୍ୟନିଟ ଘର ନିର୍ମାଣକୁ ନେଇ ଦୁଇମାସ ହେବ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇ ଥିବା ବେଳେ ଆଜି ବଡ ଧରଣର ଗଣ୍ଡୋଗୋଳ ଦେଖା ଦେଇଛି । ଅଭିଯୋଗକାରୀ ଜଣେ ୭୨ ବର୍ଷର ରଘୁନାଥ ଦାସଙ୍କୁ ଆକ୍ରମଣକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ଦେଖା ଦେଇଛି । ପ୍ରକାଶ ଥାଉକି ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ଅଧିନ ପଳିକିରି ସାହୁସାହି ଶ୍ରୀ ଜଗନ୍ନାଥ କମୁ୍ୟନିଟି ସେଣ୍ଟରର ମରାମତି ଓ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ତିନି ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ସେ ହି କାମକୁ ଗୋଟିଏ ଗୋଷ୍ଠୀ ଏକ ସରକାରୀ ରାସ୍ତା ନିକଟରେ ଏକ ଗୃହନିର୍ମାଣକୁ କେନ୍ଦ୍ର କରି ବିବାଦ ଦେଖା ଦେଇଥିଲା । ଆଜି ସେହି ଘରର ଛାତ ପକାଇବା ପାଇ ପ୍ରସ୍ତୁତି ହେଉଥିବା ବେଳେ ଅଭିଯୋଗ କାରି ରଘୁନାଥ ଦାସଙ୍କୁ ସେହି ଗ୍ରାମର ବିଶ୍ୱନି ସାହୁ ଓ ଦେବବ୍ରତ ସାହୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ଫଳରେ ଶ୍ରୀ ଦାସ ଗୁରୁତର ହୋଇ ଧାମନଗର ପରେ ଭଦ୍ରକ ଡ଼ାକ୍ତରଖାନାରେ ଚିକିସôିତ ହେଉଛନ୍ତି । 
ପ୍ରକାଶ ଥାଉକି ଉକ୍ତ ସ୍ଥାନରେ ବେଆଇନି ଭାବେ ଉକ୍ତ ଗୃହ ନିର୍ମାଣ ପାଇଁ ଦୁଇ ମାସ ହେବ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଧାମନଗର ତହସିଲ ଓ ଥାନାରେ ଅଭିଯୋଗ କରା ଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସୂଚନା ଅନୁଯାୟୀ ଗ୍ରାମବାସୀଙ୍କ କହିବା କଥା ଠାକୁର ଘରର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆସିଛି ସେହି ସ୍ଥାନରେ ଖର୍ଚ୍ଚ ହେଉ ନୂତନ ତଥା ରାସ୍ତା ଉପରେ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ ମାତ୍ର ପ୍ରଶାସନ ଜାଣି ସୁଣି ଏପରି ଗଣ୍ଡଗୋଳ କରିବାକୁ ସୁଯୋଗ ଦେଉଛି । ଧାମନଗର ତହସିଲର ଭାରପ୍ରାପ୍ତ ତହସିଲଦାର ସାଇ ସିଲୋନା କୁହନ୍ତି ସେଠାରେ କାମ ବନ୍ଦ ପାଇଁ ଧାମନଗର ବିଡିଓଙ୍କୁ ଚିଠି ନମ୍ବର ୨୦୮୫/୨୫ ରେ ଚିଠି କରିଛି । ତେବେ ଏ ନେଇ ଉପଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି । ଯଦି ଉକ୍ତ ଘଟଣାକୁ ପ୍ରଶାସନ ଗୁରୁତର ସହ ହସ୍ତକ୍ଷେପ ନ କରେ ଆଗକୁ ବଡ ଧରଣର ଗଣ୍ଡଗୋଳକୁ ଏଡାଇ ଦିଆଯାଇ ନପାରେ ।