ମହାଶିବରାତ୍ରୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

 ଚମ୍ପୁଆ: ଚମ୍ପୁଆସ୍ଥିତ ବାବା ଚନ୍ଦ୍ରଶେଖର ମହାଦେବ ଶିବ ମନ୍ଦିରରେ ମହାଶିବରାତ୍ରୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗର ସଭାପତି ଉମାକାନ୍ତ ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜାଗର ମେଳା ଉନ୍ନୟନ କମିଟିର ସମ୍ପାଦକ ଗଙ୍ଗାଧର କରଙ୍କ ସଂଯୋଜନାରେ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ବିଗତ ବର୍ଷର ଆୟବ୍ୟୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ୨୬ତାରିଖରେ ହେବାକୁ ଥିବା ମହାଶିବରାତ୍ରୀ ଜାଗର ମେଳାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଉପଜିଲ୍ଲାପାଳ । ମହାଶିବରାତ୍ରୀ ସମୟରେ ଶ୍ରଦ୍ଧାଳୁମାନେ ଦୀପ ଜାଳିବା ସମୟରେ ଭିଡକୁ ଲକ୍ଷ୍ୟକରି ଯେପରି କୌଣସି ଅଘଟଣ ନ ଘଟେ ସେଥିପ୍ରତି ଯନôବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ଏଥିପାଇଁ ସ୍ଥାନୀୟ ପୁଲିସ, ବିଦ୍ୟାଳୟ ମାନଙ୍କର ଏନସିସି, ସ୍କାଉଟ ଗାଇଡ, ସ୍ୱେଚ୍ଛାସେବୀ ଏବଂ ମନ୍ଦିର କମିଟିର ସଦସ୍ୟମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସ୍ଥିର କରାଯାଇଥିଲା । ସେହିଦିନ ମହାଦ୍ୱୀପ ଉଠାଇବା ପାଇଁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ପୁଲିସ, ବିଦୁ୍ୟତ, ପିଏଚଡ଼ି, ବ୍ଲକ, ଅଗ୍ନିଶମ, ଏନ୍ ଏହି, ସୂଚନା ଓ ଲୋକସମ୍ପର୍କ ବିଭାଗ ସେମାନଙ୍କର ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କରିବାକୁ ପରାମର୍ଶ ଦିଆଯାଇଥିଲା । ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର-ଶିବବ୍ରତ ତ୍ରିପାଠୀ, ସହକାରୀ ଜିଲ୍ଲାପାଳ ଫୁରଲାଇ ବସ୍ରା ଓ ସୌମେନ୍ଦ୍ର ଦାଶ, ଉପଖଣ୍ଡ ଚିକିସôାଳୟର ସୁପରିଟେଣ୍ଡେଣ୍ଟ ଡାକ୍ତର ଉମାକାନ୍ତ ସାହୁ, ତହସିଲଦାର ସୁଜିତ ମାର୍କେ,ଏବିଡିଓ ଚୁନୁ ହାଁସଦା, ଆଇଆଇସି ଦେବକୀ ନାଏକ, ମନ୍ଦିର ପୂଜକ ମାନଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ଦାୟିତ୍ୱରେ ଥିବା ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।