ରାହାସ କୁଞ୍ଜରେ ଶ୍ରୀମଦନମୋହନ
ବାଳକାଟି : ପବିତ୍ର କାର୍ତ୍ତିକମାସ ପଞ୍ଚୁକରେ ବାଳକାଟି ଅଞ୍ଚଳର ଆରାଧ୍ୟ ଶ୍ରୀ ମଦନମୋହନ ମନ୍ଦିର ଚଳଚଞ୍ଚଳ ହୋଇଥିବା ବେଳେ ରାହାସ କୁଞ୍ଜରେ ପୂଜା ପାଉଛନ୍ତି ଶ୍ରୀ ମଦନମୋହନ । ଠାକୁରଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗିରହିଛି । ସକାଳୁ ସକାଳୁ ମନ୍ଦିରରେ ସକାଳ ଧୂପ ଦେଖିବା ପାଇଁ ପଞ୍ଚୁକ ବ୍ରତ ଧାରୀଙ୍କ ସମାଗମ ହେଉଥିବା ଦେଖାଯାଇଛି । ପବିତ୍ର ଅଁଳାନବମୀ ରାତିରେ ଶ୍ରୀ ମଦନମୋହନଙ୍କ ଚଳନ୍ତି ପ୍ରତିମା ଓ ନିତାଇ ଗୌରଙ୍କୁ ଆସ୍ଥାନରୁ ଘଣ୍ଟଘଣ୍ଟା ଖୋଳକୀର୍ତ୍ତନ ହରିବୋଲ ହୁଳହୁଳିରେ ସୁନ୍ଦର ସାଜସଜାରେ ସଜ୍ଜିତ ରାହାସକୁଞ୍ଜରେ ବିରାଜ ହୋଇ ପଞ୍ଚୁକ ଦିନ ଠାରୁ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ମନ୍ଦିରରେ ମହାଡ଼ମ୍ବରରେ ପୂର୍ଣ୍ଣମୀ ପାଳନ କରାଯାଇଥାଏ । ଏହିଦିନ ଆଖପାଖ ଗ୍ରାମରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଏହାକୁ ଲକ୍ଷରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତୀ କରାଯାଇଛି ।