ସେନା ବାହିନୀକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 

 ଭୁବନେଶ୍ୱର:  ଅପରେସନ୍ ସିନ୍ଦୁର ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭାରତୀୟ ସେନାର ଉଚ୍ଚ ପ୍ରଶଂସା କରିଛନ୍ତି  । ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଭାରତ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଦୃଢ ପଦକ୍ଷେପ ଗ୍ରହଣ କରିଆସିଛି  । ଅପରେସନ୍ ସିନ୍ଦୁର ହେଉଛି ଏହାର ପ୍ରକୃଷ୍ଟ ନିଦର୍ଶନ  । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ସିନ୍ଦୁର ହେଉଛି ଆମ ପରମ୍ପରା, ତ୍ୟାଗ ଓ ସଂକଳ୍ପର ପ୍ରତୀକ । ଭାରତର ସୈନିକମାନେ ସେହି ସଂକଳ୍ପର ସମ୍ମାନ ରକ୍ଷା କରିବାକୁ ସଦା ସର୍ବଦା ପ୍ରସ୍ତୁତ ବୋଲି ପ୍ରମାଣ କରିଛନ୍ତି ।  ମୁଖ୍ୟମନ୍ତ୍ରୀ କହିଥିଲେ କୌଣସି ପରିସ୍ଥିତିରେ ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ । ମୋଦୀଜୀଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧରେ ଭାରତର ଦୃଢ ପଦକ୍ଷେପ ଜାରି ରହିବ ବୋଲି ସେ କହିଛନ୍ତି  ।