ସେବା ପାଇଁ ଟଙ୍କା ଦାବି କରୁଛନ୍ତି ଆଶାକର୍ମୀ

ରାଜନଗର : ମୋଦି କେୟାର ଜିନିଷ ନ କିଣିଲେ ଓ ଆଗରୁ ଟଙ୍କା ନ ଦେଲେ ପ୍ରସୂତୀ ମହିଳାଙ୍କୁ  ସହଯୋଗ କରାଯିବ ନାହିଁ । ରାଜନଗର ବ୍ଲକ କେରୁଆଁପାଳ ପଞ୍ଚାୟତର ବନିପାଳ ଗାଁର ଜଣେ ଆଶାକର୍ମୀଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ହୋଇଛି । ବନିପାଳ ବାସିନ୍ଦା ଘଟଣା ସମ୍ପର୍କରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିସôାଧିକାରୀ ଓ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସôାଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗୋଁ ଆଶାକର୍ମୀ ତାପସୀ ପାଳ ତାଙ୍କ କର୍ତ୍ତବ୍ୟରେ ଅବହେଳା କରିବା ସହ ସେ ନିଜେ ଚଳାଉଥିବା ପାଳ ମୋଦି କେୟାର ବ୍ୟବସାୟରୁ ପ୍ରସୂତୀଙ୍କୁ ସାମଗ୍ରୀ କିଣିବାକୁ ବାଧ୍ୟ କରୁଛନ୍ତି । ଏହାସହ ତାଙ୍କୁ ଆଗୁଆ ଟଙ୍କା (ଲାଂଚ) ନଦେଲେ ମୁଁ କଣ ତୁମ ବେଠିଆ ବୋଲି କହି ମନା କରିଦେଉଛନ୍ତି । ସେହିପରି ନିର୍ଦ୍ଧିଷ୍ଟ ଏକ ଅଲଟ୍ରାସାଉଣ୍ଡ କ୍ଲିନିକକୁ ନ ଗଲେ ଗର୍ଭବତୀମାନଙ୍କୁ ସହଯୋଗ କରିବାକୁ ସିଧାସିଧା ମନା କରିଦେଉଛନ୍ତି । ଗାଁର ଲକ୍ଷ୍ମୀକାନ୍ତ ସେଠୀ(ୱାର୍ଡସଭ୍ୟ), ନିକୁଞ୍ଜ ସେଠୀ, କାଳୀପଦ କାଣ୍ଡାର, ଗୁରୁପଦ ଦାସ, ତପନ ଜେନା, ଦୀପକ ମଣ୍ଡଳ, ତାପସ ଜେନା, ଭୀମ ପାତ୍ର, ଶ୍ରୀହରି ଦାସଙ୍କ ସମେତ ଅନ୍ୟମାନେ ପ୍ରମୁଖ ଏଭଳି ଅଭିଯୋଗ କରିଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିସôାଧିକାରୀ ଡାକ୍ତର ରଶ୍ମିରଞ୍ଜନ ମହାନ୍ତି କହିଛନ୍ତି ଯେ, ଆଶାକର୍ମୀଙ୍କୁ ଡକାଯାଇଛି; ପଚରାଉଚରା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।