ଶିକ୍ଷାବିତଙ୍କ ପରଲୋକ
ବନ୍ତ : ବନ୍ତ ବ୍ଲକ ଗଣିଜାଙ୍ଗପଞ୍ଚାୟତ ନାରାୟଣପୁର ଗ୍ରାମର ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ସାହୁ( ୬୩)ଙ୍କ ଆଜି ଭୋର ସମୟରେ ପରଲୋକ ହୋଇଯାଇଛି । ସେ ୧୯୮୪ ମସିହାରେ ଶିକ୍ଷକତା ଜୀବନ ଭଣ୍ଡାରିପୋଖରୀ ବ୍ଲକ ବେଲଗଢିଆ ସ୍କୁଲରେ ଆରମ୍ଭ କରିଥିବା ବେଳେ ପରମୁହୂର୍ତ୍ତରେ କାଦବରଙ୍ଗ ସ୍କୁଲରେ ଅବସରଗ୍ରହଣ କରିଥିଲେ । ସେ ଜଣେ ଛାତ୍ର ବସôଳ ଓ ଅନୁଷ୍ଠାନ ପ୍ରେମୀ ଥିଲେ । ଅସୁସ୍ଥତା କାରଣରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିସôା ଚାଲିଥିବା ବେଳେ ଦୁଇ ଦିନ ହେବ ଘରକୁ ପଳାଇ ଆସିଥିଲେ । ଆଜି ଭୋର ସମୟରେ ଅସୁସ୍ଥତା କାରଣରୁ ତାଙ୍କୁ ଭଦ୍ରକ ମେଡିକାଲ ନେଇଯାଇଥିଲେ ସେଠାରେ ଡ଼କ୍ଟର ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ତାଙ୍କ ବାସଭବନରେ ବହୁ ବ୍ୟକ୍ତି ଉପସ୍ଥିତ ହୋଇ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।