ସର୍ଟସର୍କିଟରୁ ଗୋଦାମରେ ଅଗ୍ନିକାଣ୍ଡ
ଆନନ୍ଦପୁର: ବିଦୁ୍ୟତ ସର୍ଟସର୍କିଟରୁ ପୌରପରିଷଦ ଅନ୍ତର୍ଗତ ଶୈଲଙ୍ଗ ଛକରେ ଥିବା ମହାବୀର ହାର୍ଡୱାର ଗୋଦାମ ଗୃହରେ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁଯାୟୀ ହାର୍ଡୱାର ମାଲିକ ବିଜୟ ବସନ୍ତ ପଣ୍ଡାଙ୍କ ଦୋକାନ ଗୃହଟି ତାଙ୍କ ନିଜ ଘର ସହିତ ଲାଗିକି ରହିଛି । ଯଦ୍ୱାରା କି ଶ୍ରୀପଣ୍ଡା ତାଙ୍କ ନିଜ ଘରେ ଷ୍ଟୋର କରିଥିଲେ । ତେବେ ସକାଳ ୧୦ ଘଟିକା ସମୟରେ ଘର ଲୋକେ ପାଣି ଗରମ କରୁଥିବା ସମୟରେ ବିଦୁ୍ୟତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଖବର ପାଇ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ରଙ୍ଗ ଜଳିଯାଇଥିବା ଜଣାଯାଇଛି ।