ସେବା ସପ୍ତାହ ପାଇଁ ବିଜେପିର ପ୍ରସ୍ତୁତି
ହିଞ୍ଜିଳିକାଟୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରିବ ବିଜେପି । ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଛି । ତେଣୁ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୪ ତାରିଖରୁ ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରିବା ନେଇ ଆସିକା ବିଜେପି ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ହିଞ୍ଜିଳିକାଟୁ ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଖଲ୍ଲିକୋଟ ବିଧାୟକ ପୁର୍ଣ୍ଣଚନ୍ଦ୍ର ସେଠି, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର, ଜିଲ୍ଲା ଉପସଭାପତି ମାଧବ ଗୈଡ, ଜିଲ୍ଲା ସାଧାରଣ ସମ୍ପାଦକ ଯଜ୍ଞ ନାରାୟଣ ଦାସ, ସାଧାରଣ ସମ୍ପାଦକ ଅନିଲ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ସେବା ସପ୍ତାହରେ ଦଳର ପଦାଧିକାରୀମାନେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା, ଅସ୍ତ୍ରୋପଚାର ଶିବିର ଏବଂ ଔଷଧ ବଣ୍ଟନ, ବୃକ୍ଷରୋପଣ ,ସ୍ୱଚ୍ଛତା ଅଭିଯାନ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପ୍ରତ୍ୟେକ ସାର୍ବଜନୀନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ହୋଇଛି । କାର୍ଯ୍ୟକ୍ରମର ସହସଂଯୋଜକ ସନ୍ତୋଷ ପାଣିଗ୍ରାହୀ, ଆରା ପରିଡ଼ା, ମୁନା ପ୍ରଧାନ, କୋରା ବେହେରା, ଅନ୍ତର୍ଯ୍ୟାମୀ ପାତ୍ରଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଯୋଗ ଦେଇଥିଲେ ।