ରକ୍ଷାବନ୍ଧନ କାର୍ଯ୍ୟକ୍ରମ
ଯୋଡ଼ା : ପବିତ୍ର ରକ୍ଷାବନ୍ଧନ ପର୍ବ ଅବସରରେ ବ୍ରହ୍ମାକୁମାରୀଜ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବଡବିଲ ଓ ଯୋଡା ଶାଖା ପକ୍ଷରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବଡବିଲ ଡାକ୍ତରଖାନା, ବଡବିଲ ଥାନା, ଯୋଡା ବୃଦ୍ଧାଶ୍ରମ, ଯୋଡା ପ୍ରେସ୍କ୍ଲବ୍, ବଡବିଲ ତହସିଲ କାର୍ଯ୍ୟାଳୟ ଓ ବଡବିଲ କାରାଗାରର ସମସ୍ତ କର୍ମଚାରୀ ଓ ନାଗରିକମାନଙ୍କୁ ରକ୍ଷା ସୂତ୍ର ବନ୍ଧାଯାଇଛି । ଯୋଡା ଗଣେଶ ଭବନରେ ଆୟୋଜିତ ବିଶାଳ ସଭାରେ ପ୍ରାୟ ୧୦୦ରୁ ଅଧିକ ଭାଇଭଉଣୀଙ୍କୁ ନେଇ ରକ୍ଷାବନ୍ଧନ ପାଳନ କରାଯାଇଛି । ବଡବିଲ ଶାଖା ପରିଚାଳିକା ବି.କେ. ଜୟନ୍ତୀଙ୍କ ନେତୃତ୍ୱରେ ଓ ଯୋଡା ଶାଖା ପରିଚାଳିକା ବି.କେ. ମଞ୍ଜୁଙ୍କ ସହଯୋଗରେ ଆୟୋଜନ କରାଯାଇଛି ।