ଯୁବକଙ୍କ ଆତ୍ମହତ୍ୟା 

ଯୁବକଙ୍କ ଆତ୍ମହତ୍ୟା 

ରାଜନଗର : ରାଜନଗର ବ୍ଲକ ସାନବଡଗୋପାଳପୁର ଗ୍ରାମର ସୁରେଶଚନ୍ଦ୍ର ରାଉତଙ୍କ ସାନପୁଅ ଅନନ୍ତ କୁମାର ରାଉତ(୨୮) ବୁଧବାର ବିଳମ୍ବିତ ରାତିରେ ନିଜ ଘରେ ଗାମୁଛା ସାହାଯ୍ୟରେ ଫ୍ୟାନରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଜାଣିବା ପରେ ତାକୁ ଉଦ୍ଧାର ଗୁରୁତର ଅବସ୍ଥାରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ରାଜନଗର ଥାନାରେ ପିତା ସୁରେଶ କରିଥିବା ଅଭିଯୋଗ ଅନୁଯାୟୀ, ଅନନ୍ତ ଅତ୍ୟଧିକ ମଦ୍ୟପାନ କରି ଫାଶୀ ଲଗାଇ ଦେଇଥିଲେ । ପୋଲିସ ଶବକୁ ଜବତ କରି ୧୫/୨୫ରେ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଥିଲା । ଶବ ବ୍ୟବଛେଦ ହୋଇ ଫେରିବା ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଛି ।