ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନିନ୍ଦା
ଖୋର୍ଦ୍ଧା : ୱାକଫ ବୋର୍ଡର ସଂଶୋଧନକୁ ଆଳ କରି ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରି ଆଜି ଖୋର୍ଦ୍ଧା ଜିଲ୍ଲା ସାଧୁ ସନ୍ଥ ସମାଜ ଜିଲ୍ଲାପାଳଙ୍କୁ ଭେଟି ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଭଳି ଘଟଣା ଯେପରି ପୁନର୍ବାର ନହୁଏ ସେଥିପାଇଁ କଡା ପଦକ୍ଷେପ ନେବାକୁ ଦାବୀ କରଛନ୍ତି ସାଧୁ ସନ୍ଥ ସମାଜ । ଏହି ପରିପ୍ରେକ୍ଷୀରେ ସାଧୁ ଗୋବିନ୍ଦ ଦାସ ଜୀ ମହାରାଜ କହିଛନ୍ତି ଯେଉଁଭଳି ହିନ୍ଦୁ ମାନଙ୍କ ପ୍ରତି ଅତ୍ୟାଚାର ପ୍ରଥମେ ବାଙ୍ଗଲାଦେଶ ଓ ପରେ ପଶ୍ଚିମବଙ୍ଗରେ ହେଉଛି ତାହା ହିନ୍ଦୁ ସମାଜ ପାଇଁ ବିପତି ସୃଷ୍ଟି କରିଛି । ଆମ ସନାତନ ଧର୍ମ ଏବେ ବିପଦ ସଂକୁଳ ଅବସ୍ଥାରେ ଅଛି ଏନେଇ ଆମେ ଆଜି ଜିଲ୍ଲାପାଳଙ୍କ ଜରିଆରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରି ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛୁ ।