କ୍ୟାମ୍ପସ ସୁରକ୍ଷାକୁ କର୍ତ୍ତୃପକ୍ଷଙ୍କ ଫୁ୍ : ଏନ୍ସି କଲେଜକୁ ସୁରକ୍ଷା ଦେଉଛି ଶୁଖିଲା ବାଉଁଶ

 ଯାଜପୁର ସଦର : ନୃସିଂହ ଚୌଧୁରୀ ଅଟୋନମସ କଲେଜ ବା ଏନସିକଲେଜ । ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ବିରଜା କ୍ଷେତ୍ରର ଏହି କଲେଜ ଭିତ୍ତିଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କ୍ୟାମ୍ପସ ସୁରକ୍ଷିତ ପାଇଁ ଅନୁଦାନ ଆସୁଛି । ହେଲେ କଲେଜ କର୍ତ୍ତୃପକ୍ଷ କ୍ୟାମ୍ପସ ସୁରକ୍ଷା ପାଇଁ ଶୁଖିଲା ବାଉଁଶର ସାହାରା ନେଇଛନ୍ତି । କ୍ୟାମ୍ପସକୁ ସୁରକ୍ଷିତ ରଖିବା ପାଇଁ ସୁଦୃଢ ପାଚେରୀ ବଦଳରେ ବାଉଁଶକୁ ସାହାରା ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ହୋଇପଡ଼ିଛି । କର୍ତ୍ତୃପକ୍ଷଙ୍କ ଏଭଳି ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି । ବିଭିନ୍ନ ସମୟରେ କଲେଜ ପରିସରରେ ଚୋରି, ଅସାମାଜିକ ଯୁବକମାଙ୍କ ଆଡ୍ଡା, କଲେଜ ପଡ଼ିଆ ମଧ୍ୟରେ ଅଣଛାତ୍ରମାନଙ୍କ ଆଡ୍ଡା ଜମିବାରେ ପରିଲକ୍ଷିତ ହେଉଥିବା ବେଳେ, ସନ୍ଧ୍ୟା ନଇଁଲେ ନିଶାଦ୍ରବ୍ୟ ସେବନ କରିବା ସହିତ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ପ୍ରତି ବିପଦପୂର୍ଣ୍ଣ ହୋଇଉଠେ । କଲେଜ୍ ସମୟରେ ଅଣଛାତ୍ରମାନଙ୍କ ଆଡ୍ଡା ଜମାଇବା ଯୋଗୁଁ ଛାତ୍ରଛାତ୍ରୀ ମାନେ ଏହାର ପ୍ରତିବାଦ କରିବା ଦ୍ୱାରା, ପ୍ରାୟେ ସମୟରେ କଲେଜ ପରିସର ମଧ୍ୟରେ ଅଶାନ୍ତ ହୋଇଉଠେ । ହେଲେ ସୁରକ୍ଷା ପ୍ରତି କାହାର ଦୃଷ୍ଟି ଆକର୍ଷଣ ହେଉନାହିଁ । ପ୍ରାୟେ ସମୟରେ ଅଣଛାତ୍ରମାନଙ୍କ ଆଡ୍ଡା ରାଜରାସ୍ତାରୁ ଧୀରେ ଧୀରେ କଲେଜ ଭିତରକୁ ପ୍ରବେଶ କରିଲାଣି । ଛାତ୍ରଛାତ୍ରୀ ମାନେ ନିଜର ସୁରକ୍ଷା ପାଇଁ ଚିନ୍ତିତ । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ କଲେଜ ନିର୍ମାଣ କରାଯାଇଥିବା ବେଳେ କ୍ୟାମ୍ପସ ସୁରକ୍ଷା ପ୍ରତି କଲେଜ କର୍ତ୍ତୃପକ୍ଷ ଗୁରୁତ୍ୱ ନଦେବା ଅଭିଭାବକଙ୍କୁ ଚକିତ କରିଛି ।