ସିଦ୍ଧବାରଙ୍ଗ ଡିଗ୍ରୀ କଲେଜରେ ଆଲୋଚନାଚକ୍ର
ଜଗତସିଂହପୁର: ଜଗତସିଂହପୁର ବ୍ଲକ ପୁନଙ୍ଗ ସ୍ଥିତ ସିଦ୍ଧବାରଙ୍ଗ ଡିଗ୍ରୀ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଷୟବସ୍ତୁ "ସାମାଜିକ ଗଣମାଧ୍ୟମ ଓ ସାମ୍ପ୍ରତିକ ସମାଜ’ ରହିଥିଲା । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଡିଗ୍ରୀ କଲେଜ ଅଧ୍ୟକ୍ଷା କ୍ରିଷ୍ଣା ମଞ୍ଜରୀ ଦେଇ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଆଦିକବି କଲେଜ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ରୁଦ୍ର ନାରାୟଣ ମିଶ୍ର ଯୋଗଦାନ କରି ପିଲାଙ୍କୁ ସାମାଜିକ ଗଣମାଧ୍ୟମ ଓ ସାମ୍ପ୍ରତିକ ସମାଜ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅନ୍ୟତମ ସମ୍ମାନୀତଅତିଥି ବୃନ୍ଦାବନ ଚନ୍ଦ୍ର କଲେଜ ବରିଷ୍ଠ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ପ୍ରତାପ ଲେଙ୍କା ଯୋଗଦେଇ ସାମ୍ପ୍ରତିକ ସମାଜ ଉପରେ ସାମାଜିକ ଗଣମାଧ୍ୟମର ଭୂମିକା ଓ ପ୍ରଭାବ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଅମୀୟ ରଞ୍ଜନ ଦାସ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ଇତିହାସ ବିଭାଗ ଅଧ୍ୟାପକ ଭିକାରୀ ଚରଣ ବେହେରା, ଇଂରାଜୀ ଅଧ୍ୟାପକ ଦେବଦତ୍ତ ବେହେରା ପ୍ରମୁଖ ତାଙ୍କର ବକ୍ତବ୍ୟ ରଖିଥିଲେ । ପିଲାଙ୍କ ମଧ୍ୟରେ ଅର୍ଘ୍ୟ ରୂପା ସ୍ୱାଇଁ, ପ୍ରକାଶ କୁମାର ଗୁରୁ, ସୁସ୍ମିତା ମିଶ୍ର, ପ୍ରୀତି ମହାନ୍ତି, ସେଫାଳି ବୈଶାଖ, ନିରୁପମା ବେହେରା, ସୋନାଲି ମଲ୍ଲିକ, ସ୍ୱାଗତିକା ବେହେରା, ଇତିଶ୍ରୀ ସାହୁ, ସନ୍ଦୀପ ସ୍ୱାଇଁ, ଦୂର୍ଗା ଦାସ, ଗୀତାଞ୍ଜଳି ଦାସ, ପ୍ରଶାନ୍ତ କାଣ୍ଡି, ପ୍ରିତମ ବେହେରା, ଇସା ନାୟକ, ସ୍ମିତାଞ୍ଜଳୀ ବେହେରା, ଶୁଭଲକ୍ଷ୍ମୀ ଦାସ, ସୌମ୍ୟଶ୍ରୀ ରାଉତରାୟ, ନିରୁପମା ଭୋଇ, ଶୁଭଲକ୍ଷ୍ମୀ ଦାସ (୨), ଚନ୍ଦନ ପ୍ରଧାନ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥିଲେ ।