ସ୍କୁଟି-ବାଇକ ଧକ୍କା; ୩ ଗୁରୁତର

 ବ୍ୟାସନଗର : ପୌରାଞ୍ଚଳ ରୟାଲ କଳିଙ୍ଗ ଛକରେ ସ୍କୁଟି ବାଇକ ମୁହାଁମୁହିଁ ଧକ୍କା ଫଳରେ ୩ଜଣ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ ଓଡି୦୫ଏୟୁ-୭୮୬୪ ନଂ ବିଶିଷ୍ଟ ସ୍କୁଟିରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇର ଗଡ଼ାଡ଼ିହା ଅଞ୍ଚଳର ଗୌରବ ସ୍ୱାଇଁ ରୟାଲ କଳିଙ୍ଗ ଛକ ପଟୁ ଦଳା ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ କ୍ଷିପ୍ର ଗତିରେ ଆସୁଥିବା ପୌରାଞ୍ଚଳ ସାପଗଡ଼ିଆ ଲକ୍ଷ୍ମୀନଗର ଅଞ୍ଚଳର ସେକ ସୋହେଲ ଓ ବିଶ୍ୱଜିତ ରାଉତଓଡି୩୪ଆର-୬୪୧୯ ପଲସରରେ ଆସି ସ୍କୁଟିକୁ ଶକ୍ତ ଧକ୍କା ଦେଇଥିଲା । ଯାହା ଫଳରେ ତିନି ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସ୍କୁଟି ଚାଳକ ଗୈାରବଙ୍କ ମୁଣ୍ଡରେ ଗଭୀର କ୍ଷତ ସ୍ରୁଷ୍ଟି ହୋଇ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା । ଯାଜପୁର ରୋଡ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ତିନିଜଣଙ୍କୁ ଯାଜପୁର ରୋଡ ମେଡିକାଲରେ ଭର୍ତି କରାଯାଇଥିଲା । ସ୍କୁଟି ଆରୋହି ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ଯୁବକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଯାଜପୁର ଟାଉନ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଥାଉକି ଗୋଲେଇ ଛକରେ ଟ୍ରକ୍ ଓ ବସ ଘଂଟାଘଂଟା ଧରି ପାର୍କିଂ କରୁଥିବାରୁ ବିଭିନ୍ନ ସମୟରେ ଏହିଭଳି ଦୁର୍ଘଟଣା ମାନ ଘଟୁଛି ।